Advertisment

ଶବକୁ ବୋହିଲେ ୨୦ କିଲୋମିଟର

ମିଳିଲାନି ଆମ୍ବୁଲାନ୍ସ। ଗାଡ଼ି ଭଡ଼ା ଦେବାକୁ ନଥିଲା ଟଙ୍କା। ତେଣୁ ବାପଘର ଲୋକେ ମହିଳାଙ୍କ ମୃତଦେହକୁ ୨୦ କିଲୋମିଟର କୋକେଇରେ ବୋହି ଶାଶୁ ଘରକୁ ନେଇଥିଲେ।

author-image
Biswajit Samal
Deadbody

Deadbody

ମିଳିଲାନି ଆମ୍ବୁଲାନ୍ସ। ଗାଡ଼ି ଭଡ଼ା ଦେବାକୁ ନଥିଲା ଟଙ୍କା। ତେଣୁ ବାପଘର ଲୋକେ ମହିଳାଙ୍କ ମୃତଦେହକୁ ୨୦ କିଲୋମିଟର କୋକେଇରେ ବୋହି ଶାଶୁ ଘରକୁ ନେଇଥିଲେ।

Advertisment

ମୃତକ ହେଲେ ନନ୍ଦାହାଣ୍ଡି ଫୁପୁ ଗାଁର କରୁଣା ଆମନାତ୍ୟ। ସେ ତାଙ୍କ ବାପ ଘର ପୁର୍ଣ୍ଣିଗୁଡ଼ାରେ ରହି ଚିକିତ୍ସିତ ହେଉଥିଲେ। ତାଙ୍କର ତିନିଟି ପିଲା ଅଛନ୍ତି। ସେଥିରୁ ସାନ ଝିଅ ତିନିମାସର। କୌଣସି କାରଣରୁ ଗୁରୁବାର (ଗତକାଲି) ରାତିରେ ତାଙ୍କର ଦେହାନ୍ତ ହୋଇଥିଲା।

ତାଙ୍କ ମୃତଦେହକୁ ଶାଶୁଘରକୁ ନେବା ଲାଗି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ବାପଘର ଲୋକେ। ହେଲେ ଆମ୍ବୁଲାନ୍ସ ଆସିଲା ନାହିଁ। ଅନେକ ସମୟ ଅପେକ୍ଷା ପରେବି ଆମ୍ବୁଲାନ୍ସ ପହଞ୍ଚିଲା ନାହିଁ। କୌଣସି ସରକାରୀ ସୁବିଧା ନମିଳିବାରୁ ପରିବାର ଲୋକେ ମୃତଦେହକୁ କୋକେଇରେ ୨୦ କିଲୋମିଟର ବୋହି ଶାଶୁଘରକୁ ନେଇଥିଲେ।

Advertisment

ରିପୋର୍ଟ- ନବରଙ୍ଗପୁର ନବଘନ ମିଷୋୟୀ

Deadbody Nabarangpur