Advertisment

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜରାଟର ଜଣେ ଶ୍ରଦ୍ଧାଳୁ

ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ୩ଟି ରୁପାମୁକୁଟ ଦାନ କରିଛନ୍ତି ଗୁଜରାଟ ଅହମ୍ମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ।

Puri

Puri

Advertisment

ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଗୁଜରାଟର ଜଣେ ଭକ୍ତ। ଦୈନନ୍ଦିନ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା (ତିଲକ ଦୁଇଟି) ଆଜି ଶ୍ରୀମନ୍ଦିର ପ୍ରଶାସନକୁ ସେ ଦାନ କରିଛନ୍ତି। ସୁବର୍ଣ୍ଣ ଚିତାର ଓଜନ ପ୍ରାୟ ଏକ କେଜି ୭୫ ଗ୍ରାମ ହେବ। ଯାହାର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ।

Advertisment

ସେହିପରି ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ୩ଟି ରୁପାମୁକୁଟ ଦାନ କରିଛନ୍ତି ଗୁଜରାଟ ଅହମ୍ମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ। ପୁରୀ ଆସି ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି।

ତେବେ ଏହି ଅଳଙ୍କାର ଗୁଜରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରଟ୍‌ ସୁନାରେ ତିଆରି କରାଯାଇଛି। ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହାଦ୍ୱାରା ଅନ୍ୟ ଭକ୍ତମାନେ ଦାନ କରିବା ପାଇଁ ଉତ୍ସାହିତ ହେବେ ବୋଲି ସେବାୟତ।ମାନେ କହିଛନ୍ତି।

Advertisment
Sri Jagannath Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe