ରାଜଧାନୀରେ ଉପଦ୍ରବ ମଚାଇଛି ଏକ ଦନ୍ତାହାତୀ। ଭୁବନେଶ୍ୱର ପଥରଗାଡ଼ିଆ ଗାଁରେ ଏକ ଦନ୍ତାହାତୀ ଉପଦ୍ରବ କରିଛି। ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ପଥରଗାଡ଼ିଆ ଗାଁରେ ପଶି ଉତ୍ପାତ କରିଥିଲା। ଲୋକଙ୍କ ଘର ଭାଙ୍ଗିବା ସହ ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।
ବିଳମ୍ବିତ ରାତିରେ ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଜୀବନ ବିକଳରେ ଏଣେତେଣେ ଦୌଡ଼ି ପଳାଇଥିଲେ। ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛି। ହାତୀଟି ନିକଟସ୍ଥ ଜଙ୍ଗଲରୁ ଚାଲିଆସିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ରାଜ୍ୟରୁ ବିଭିନ୍ନ ସ୍ଥାନରେ ହାତୀ ପଲ ଉପଦ୍ରବ କରୁଥିବା ଖବର ପ୍ରତିଦିନ ଆସୁଛି। ହାତୀ ଆକ୍ରମଣରେ କାହାର ମୃତ୍ୟୁ ଘଟୁଥିବା ବେଳେ କାହାର ଘର ହାତୀପଲ ଭାଙ୍ଗି ଦେଉଛନ୍ତି, ଆଉ କାହାର ଫସଲ ମଧ୍ୟ ନଷ୍ଟ କରି ଦେଉଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ରାଜ୍ୟରେ ୪୦ ଲକ୍ଷ ଭୂତ ହିତାଧିକାରୀ ଉଠାଉଛନ୍ତି ରାସନ୍!
ଫେକ୍ ରାସନ କାର୍ଡକୁ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ରାଜ୍ୟରେ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ ଗୋଟେ ଗୋଟେ ଜିଲ୍ଲାରେ ଲକ୍ଷେରୁ ଦେଢ ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଏଯାଏ ସମୁଦାୟ ୪୦ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଗଲାଣି।
Miscellaneous
ଜଷ୍ଟିସ ବିଶ୍ୱନାଥ ରଥ ଓଡ଼ିଶା ଲ’ କମିଶନ ଅଧ୍ୟକ୍ଷ
ଆଜି ପୁନର୍ଗଠିତ ଏହି ଲ’ କମିଶନରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୬ଜଣ ସଦସ୍ୟ ରହିଛନ୍ତି ।
Miscellaneous
ଚାଷୀଙ୍କୁ ସରକାରଙ୍କ ପରାମର୍ଶ: ବୀମା ସହାୟତା ପାଇଁ ହେଲପଲାଇନକୁ ଜଣାଅ
ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁସାରେ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯିବ ।
Miscellaneous
ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ: ପ୍ରକୃତ ଚାଷୀ ଖୋଜିବାକୁ ନୂଆ ବର୍ଷରୁ ପଞ୍ଜୀକରଣ
ପୁରୁଣା ସରକାରରେ ଅଣଚାଷୀ ଓ ଦଳୀୟ ଭିତ୍ତିରେ ଚାଷୀଙ୍କ ପାଇଁ ସରକାରୀ ଯୋଜନା ବାଣ୍ଟିବା ଏକ ବଡ଼ ପ୍ରସଙ୍ଗ ଥିଲା।
Miscellaneous
ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପରଲୋକ
କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।