Advertisment

ରାଜଧାନୀରେ ହାତୀ ଉପଦ୍ରବ; ଘର ଭାଙ୍ଗିଲା, ଫସଲ ନଷ୍ଟ କଲା

ବିଳମ୍ବିତ ରାତିରେ ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

Elephant

Elephant

Advertisment

ରାଜଧାନୀରେ ଉପଦ୍ରବ ମଚାଇଛି ଏକ ଦନ୍ତାହାତୀ।  ଭୁବନେଶ୍ୱର ପଥରଗାଡ଼ିଆ ଗାଁରେ ଏକ ଦନ୍ତାହାତୀ ଉପଦ୍ରବ କରିଛି। ଗତକାଲି ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ପଥରଗାଡ଼ିଆ ଗାଁରେ ପଶି ଉତ୍ପାତ କରିଥିଲା। ଲୋକଙ୍କ ଘର ଭାଙ୍ଗିବା ସହ ଫସଲ  ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।

Advertisment

ବିଳମ୍ବିତ ରାତିରେ ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଜୀବନ ବିକଳରେ ଏଣେତେଣେ ଦୌଡ଼ି ପଳାଇଥିଲେ। ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜଙ୍ଗଲ ଭିତରକୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛି। ହାତୀଟି ନିକଟସ୍ଥ ଜଙ୍ଗଲରୁ ଚାଲିଆସିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ରାଜ୍ୟରୁ ବିଭିନ୍ନ ସ୍ଥାନରେ ହାତୀ ପଲ ଉପଦ୍ରବ କରୁଥିବା ଖବର ପ୍ରତିଦିନ ଆସୁଛି। ହାତୀ ଆକ୍ରମଣରେ କାହାର ମୃତ୍ୟୁ ଘଟୁଥିବା ବେଳେ କାହାର ଘର ହାତୀପଲ ଭାଙ୍ଗି ଦେଉଛନ୍ତି, ଆଉ କାହାର ଫସଲ ମଧ୍ୟ ନଷ୍ଟ କରି ଦେଉଛନ୍ତି।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe