Advertisment

କଲେଜ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଆଜି ଦିନ ପ୍ରାୟ ଗୋଟାଏ ୩୦ରେ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ଘରୋଇ କଲେଜ ବସ ରାଧାରମଣପଡ଼ା ନିକଟରେ ଜଳିବାକୁ ଲାଗିଥିଲା।

author-image
Biswajit Samal
Fire

Fire

ଘରୋଇ କଲେଜ ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳଜିଲ୍ଲା ରାଧାରମଣପଡ଼ା ଗାଁ ନିକଟରେ।

Advertisment

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ଗୋଟାଏ ୩୦ରେ ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ଘରୋଇ କଲେଜ ବସ ରାଧାରମଣପଡ଼ା ନିକଟରେ ଜଳିବାକୁ ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଅନୁଗୋଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବସରେ ୨ଜଣ ଛାତ୍ର ଓ ଚାଳକ ଥିଲେ। ବସରୁ ଧୂଆଁ ବାହାରିବା ଦେଖି ଚାଳକ ଓ ଦୁଇ ଜଣ ଛାତ୍ର ବସରୁ ଓହ୍ଲାଇ ପଡ଼ିଥିଲେ। ଅନ୍ୟପଟେ କଲେଜ କର୍ତ୍ତୃପକ୍ଷଙ୍କ କହିବା କଥା ବସରେ କେହି ଛାତ୍ର ନଥିଲେ। ଗାଡ଼ି କାମ କରିବା ପାଇଁ ଗ୍ୟାରେଜକୁ ନେବା ସମୟରେ କୌଣସି କାରଣରୁ ବସରେ ନିଆଁ ଲାଗିଯାଇଥିଲା।

Advertisment

ଅଗ୍ନିଶମ ବିଭାଗର ମୁଖ୍ୟ କହିଛନ୍ତି, ଘଟଣା ବିଷୟରେ ଖବର ପାଇବା ପରେ ତୁରନ୍ତ ଅନୁଗୋଳ ଅଗ୍ନିଶମ ବିଭାଗ ଘଟଣାସ୍ଥଲରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଧିକ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ।

Fire Station