/odisha-reporter/media/post_attachments/uploadimage/library/16_9/16_9_0/Fish_1720597732.jpg)
Fish
ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ମାତ୍ର ହଠାତ୍ ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ । ଏହାଦେଖି ମତ୍ସ୍ୟଜୀବୀଙ୍କ ଖୁସି କହିଲେ ନ ସରେ। ଏପରି ଏକ ଘଟଣା ସମ୍ବଲପୁର ଜିଲ୍ଲାର ବୁର୍ଲାରେ ଘଟିଛି। ବୁର୍ଲା ସାଇଫନ୍ରୁ ଏକ ୬୦ କେଜି ଓଜନର ମାଛ ଧରା ପଡ଼ିଥିବା ବେଳେ ତାହାର ନାମ ବୁଧିଆ ମାଛ ବୋଲି ଜଣାପଡ଼ିଛି।
Advertisment
ପ୍ରତିଦିନ ମହାନଦୀ ଓ ସାଇଫନକୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥାନ୍ତି। ହୀରାକୁଦ ଡ୍ୟାମ ଦକ୍ଷିଣ ପାର୍ଶ୍ଵ ତଳ ମୁଣ୍ଡରେ ଗତକାଲି ଜଣେ ମତ୍ସ୍ୟଜୀବୀ ଜାଲ ଟାଣିବା ବେଳେ ତାହା ଅଧିକ ଓଜନର ବୋଲି ଅନୁଭୂତ ହୋଇଥିଲା। ଏହାପରେ ୫-୬ ମତ୍ସ୍ୟଜୀବୀ ମିଶି ଉକ୍ତ ଜାଲକୁ ଟାଣି କୂଳକୁ ଆଣିଥିଲେ।
ଉକ୍ତ ଜାଲରେ ଏକ ବିଶାଳକାୟ ମାଛ ଉପରକୁ ଆସିଥିଲା । ପରେ ୨ ଜଣ ମତ୍ସ୍ୟଜିବୀ ମାଛକୁ କାନ୍ଧେଇ କୂଳକୁ ନେଇ ଯାଇଥିଲେ । ଏତେ ବଡ ମାଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ପରେ ଏକ ହୋଟେଲ ମାଲିକ ମାଛ ଟିକୁ କିଣି ନେଇଥିବା ଜଣାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
