ବୁର୍ଲାରୁ ଧରା ପଡ଼ିଲା ବୁଧିଆ ମାଛ, ଓଜନ ତା’ର ୬୦ କେଜି

ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ମାତ୍ର ହଠାତ୍‌ ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ ।

ବୁଧିଆ ମାଛ ।

  • Published: Wednesday, 10 July 2024
  • , Updated: 10 July 2024, 01:20 PM IST

ମାଛ ଧରିବାକୁ ଯାଇଥିଲେ ମତ୍ସ୍ୟଜୀବୀ । ମାତ୍ର ହଠାତ୍‌ ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ । ଏହାଦେଖି ମତ୍ସ୍ୟଜୀବୀଙ୍କ ଖୁସି କହିଲେ ନ ସରେ। ଏପରି ଏକ ଘଟଣା ସମ୍ବଲପୁର ଜିଲ୍ଲାର ବୁର୍ଲାରେ ଘଟିଛି। ବୁର୍ଲା ସାଇଫନ୍‌ରୁ ଏକ ୬୦ କେଜି ଓଜନର ମାଛ ଧରା ପଡ଼ିଥିବା ବେଳେ ତାହାର ନାମ ବୁଧିଆ ମାଛ ବୋଲି ଜଣାପଡ଼ିଛି।

ପ୍ରତିଦିନ ମହାନଦୀ ଓ ସାଇଫନକୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥାନ୍ତି। ହୀରାକୁଦ ଡ୍ୟାମ ଦକ୍ଷିଣ ପାର୍ଶ୍ଵ ତଳ ମୁଣ୍ଡରେ ଗତକାଲି ଜଣେ ମତ୍ସ୍ୟଜୀବୀ ଜାଲ ଟାଣିବା ବେଳେ ତାହା ଅଧିକ ଓଜନର ବୋଲି ଅନୁଭୂତ ହୋଇଥିଲା। ଏହାପରେ ୫-୬ ମତ୍ସ୍ୟଜୀବୀ ମିଶି ଉକ୍ତ ଜାଲକୁ ଟାଣି କୂଳକୁ ଆଣିଥିଲେ।

ଉକ୍ତ ଜାଲରେ ଏକ ବିଶାଳକାୟ ମାଛ ଉପରକୁ ଆସିଥିଲା । ପରେ ୨ ଜଣ ମତ୍ସ୍ୟଜିବୀ ମାଛକୁ କାନ୍ଧେଇ କୂଳକୁ ନେଇ ଯାଇଥିଲେ । ଏତେ ବଡ ମାଛକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ପରେ ଏକ ହୋଟେଲ ମାଲିକ ମାଛ ଟିକୁ କିଣି ନେଇଥିବା ଜଣାଯାଇଛି।

Related story