Advertisment

ସହି ପାରୁନୁ ତାତି, ପରୀକ୍ଷା ଘୁଞ୍ଚାଇ ଦିଅ, ଦାବିରେ ଆନ୍ଦୋଳନ କରୁ କରୁ ଛାତ୍ରୀ ଚେତାଶୂନ୍ୟ

ଖରା କୋପ ଯୋଗୁ ହଷ୍ଟେଲରେ ରହିବା ସମ୍ଭବପର ହୋଇ ପାରୁନି। ଏପରି ସ୍ଥିତିରେ ଆମେ କିପରି ପଢ଼ି ପରୀକ୍ଷା ଦେବୁ ବୋଲି ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି।

Protest

Protest

Advertisment

‘ଦିନକୁ ଦିନ ତାତି ବଢ଼ୁଛି। ହଷ୍ଟେଲରେ ରହିବା ସମ୍ଭବ ହେଉନି। ଆମେ ପଢ଼ିବୁ କିପରି, ପରୀକ୍ଷା ଦେବୁ କିପରି । ଏ ଖରା ଆମେ ସହି ପାରୁନୁ। ତେଣୁ ଖରା ଛୁଟି ପରେ ଆମ ପରୀକ୍ଷା କର। ’ ଆଜି ଏପରି ଦାବି ନେଇ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଜଣେ ଛାତ୍ରୀ ଅଚେତ ହୋଇ ପଡ଼ିଥିବା ଜଣାଯାଇଛି। 

Advertisment

ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ମେ’ ୧୮ ତାରିଖରେ ଶେଷ ହେବ । ଏବେ ତାତି ଅସହ୍ୟ ଥିବା ବେଳେ ଏହା ଆହୁରି ବଢ଼ିବ । ଏବେ ଏଥିରୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ। ଖରା କୋପ ଯୋଗୁ ହଷ୍ଟେଲରେ ରହିବା ସମ୍ଭବପର ହୋଇ ପାରୁନି। ଏପରି ସ୍ଥିତିରେ ଆମେ କିପରି ପଢ଼ି ପରୀକ୍ଷା ଦେବୁ ବୋଲି ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ତେଣୁ ପରୀକ୍ଷାକୁ ଘୁଞ୍ଚାଇ ଖରା ଛୁଟି ପରେ କରିବାକୁ ସେମାନେ ଦାବି ଜଣାଇଛନ୍ତି। 

ଏହି ଦାବି ନେଇ ଛାତ୍ରୀମାନେ ଆଜି ପ୍ରଥମେ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ପ୍ରତିବାଦ ଜଣାଇବା ପାଇଁ ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଛାତ୍ରୀମାନେ ନାରା ଲଗାଇ ପ୍ରତିବାଦ କରିଥିଲେ। ଏପରିକି ଆମେ ପରୀକ୍ଷା ବନ୍ଦ ପାଇଁ କହୁନୁ, ପରୀକ୍ଷା ଘୁଞ୍ଚାଇବାକୁ ଦାବି କରୁଛୁ ବୋଲି ଛାତ୍ରୀମାନେ କହିଛନ୍ତି। ଏପରି ସମୟରେ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ଛାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

Advertisment

ଛାତ୍ରୀଜଣକ ଚେତାଶୂନ୍ୟ ହେବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ ଅଫିସ୍ ଚାମ୍ବର ଭିତରେ ଥିବା ଶୀତ ତାପ ନିୟନ୍ତ୍ରିତ କୋଠରୀକୁ ନିଆଯାଇଥିଲା। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସାମାନ୍ୟ ଥିବା ଜଣାଯାଇଛି। 

Dhenkanal Student Protest Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe