Advertisment

ମଧ୍ୟାହ୍ନ ଭୋଜନରେ ଖାଲି ଭାତ, ପ୍ରଧାନ ଶିକ୍ଷକ ନିଲମ୍ବିତ

ଗତକାଲି ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ପିଲାମାନେ ତରକାରି ମାଗିବାରୁ ଲୁଣଲଙ୍କା ଲଗେଇ ଖାଇବାକୁ କହିଥିଲେ ଜଣେ ଶିକ୍ଷୟିତ୍ରୀ।

author-image
Jitendra Garnayak
Mid Meal

Mid Meal

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଟୋଲକାନି ଅଞ୍ଚଳର ଝାଡେ଼ଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣଲଙ୍କା ଦିଆଯିବା ତଥା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ ଅନିୟମିତତା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ମହନ୍ତଙ୍କୁ ନିଲମ୍ବନ କରାଯାଇଛି।

Advertisment

ଗତକାଲି ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ପିଲାମାନେ ତରକାରି ମାଗିବାରୁ ଲୁଣଲଙ୍କା ଲଗେଇ ଖାଇବାକୁ କହିଥିଲେ ଜଣେ ଶିକ୍ଷୟିତ୍ରୀ। କେବଳ ଗତକାଲି ନୁହେଁ, ଗତ ୧୩ ଦିନ ହେବ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇବାରୁ ଦିଆଯାଉନାହିଁ। ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ କେବଳ ବିସ୍କୁଟ ଖାଇବାକୁ ଦିଆଯାଉଛି ତ କେବେକେବେ ମଧ୍ୟାହ୍ନ ଭୋଜନ ରୋଷେଇ ମଧ୍ୟ ହେଉ ନ ଥିବା ଛାତ୍ରଛାତ୍ରୀ କହିଛନ୍ତି। ଫଳରେ ଛାତ୍ରଛାତ୍ରୀ ବିଦ୍ୟାଳୟ ଛାଡି ଖେଳଛୁଟି ରେ ଘରକୁ ଚାଲିଯାଉଛନ୍ତି। ଅନ୍ୟପଟେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ଦେହୁରୀ ମନମାନି କରୁଥିବା ବେଳେ ଅଧିକାଂଶ ସମୟ ବିଦ୍ୟାଳୟକୁ ଆସୁ ନଥିବା ଅଭିଯୋଗ ହୋଇଥିଲା।

ଗତକାଲିର ଘଟଣା ନେଇ ଅଭିଭାବକଙ୍କଠାରୁ ଖବର ପାଇବା ପରେ ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଓ ସି.ଆର.ସି.ସି ବିଦ୍ୟାଳୟରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଏହାର ତଦନ୍ତ କରାଯିବା ପରେ ସରକାରୀ ନିୟମ ଅନୁଯାୟୀ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ। ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।

Advertisment
Mid Day Meal