Advertisment

ଗାଁରେ ପଶିଲେ ୫୦ଟିକିଆ ହାତୀପଲ

ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ହାତୀ ମାନେ ଜଙ୍ଗଲରେ ନରହି ଗାଁ ମୁହାଁ ହେଉଥିବା ଅନୁମାନ କରା ଯାଉଛି

Elephants

Elephants

Advertisment

ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନାଇକୁଡ଼ି ଗାଁରେ ଝାଡ଼ଖଣ୍ତି ହାତୀଙ୍କ ଉପଦ୍ରବ। ୫୦ରୁ ଅଧିକ ଝାଡ଼ଖଣ୍ତି ହାତୀ ସୋମବାର (ଗତକାଲି) ରାତିରେ ନାଇକୁଡ଼ି ଗ୍ରାମରେ ପଶିଥିଲେ। ଗାଁର ଧାନକ୍ଷେତରେ ପଶି ଦଳଚକଟା କରିବା ଯୋଗୁଁ ଏକର ଏକର ଜମିରେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

Advertisment

ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ହାତୀ ମାନେ ଜଙ୍ଗଲରେ ନରହି ଗାଁ ମୁହାଁ ହେଉଥିବା ଅନୁମାନ କରା ଯାଉଛି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାତୀପଲ ଚାଷ ଜମିରେ ପଶି ପାଚିଲା ଧାନ ଫସଲ ଖାଇବା ସହ ଦଳାଚକଟା କରିବା ଯୋଗୁଁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ରାତିରେ ବନବିଭାଗ ଟିମ୍‌ ପହଞ୍ଚି ହାତୀ ପଲକୁ ଘଉଡ଼ାଇ ଥିବା ବେଳେ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ସରକାରଙ୍କୁ ନିବେଦନ କରିଛନ୍ତି।

Advertisment
Elephant Attack Elephant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe