Advertisment

ଗାଁରେ ପଶିଲେ ହାତୀ ପଲ, ଭାଙ୍ଗିଲେ ୧୩ରୁ ଅଧିକ ଘର

ଜଙ୍ଗଲରେ ଥିବା ହାତୀ ପଲଙ୍କୁ ନେଇ ଆଖ ପାଖ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ। ଅନ୍ୟପଟେ ବନ ବିଭାଗ ହାତୀ ପଲ ଉପରେ ନଜର ରଖିବା ସହ ହାତୀ କିପରି ଗାଁ ମୁହାଁ ନ ହେବେ ସେଥିପାଇଁ ବନ ସ୍କ୍ବାଡ ଗାଁରେ ମୃତୟନ ହୋଇଛନ୍ତି।

Elephants

Elephants

Advertisment

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ପଳାଶପଙ୍ଗା ସେକ୍ସନ ରାଇକଳା ପଞ୍ଚାୟତର ବନେଇକଳା ଗାଁରେ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି। ୨୬ ଟିକିଆ ହାତୀ ପଲ ଗତକାଲି ସନ୍ଧାରେ ଗାଁରେ ପଶିଥିଲେ। ହାତୀ ମାନେ ଗାଁର ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ପରିବା ଚାଷକୁ ମଧ୍ୟ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏତିକିରେ ଥମି ନଥିଲା ହାତୀଙ୍କ ଉପଦ୍ରବ। ବନେଇକଳା ଗାଁରେ ପ୍ରାୟ ୧୩ଟି ଘର ଭାଙ୍ଗି ଥିବାବେଳେ ଘରେ ଥିବା ଧାନ, ଚାଉଳ ଖାଇବା ସହ ଆସବା ପତ୍ରକୁ ନଷ୍ଟ କରିଥିଲେ ହାତୀ ମାନେ।

Advertisment

ଗତକାଲି ସନ୍ଧାରେ ଗାଁ ଲୋକ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଗାଁରେ ପହଞ୍ଚି ହାତୀ ପଲଙ୍କୁ ଘଉଡ଼ାଇବା ପାଇ ଚେଷ୍ଟା କରିଥଇଲେ। ରାତି ତମାମ୍ ହାତୀ ମାନେ ବନବିଭାଗକୁ ନାକେ ଦମ କରିଥିବା ବେଳେ ଆଜି ସକାଳୁ ବହୁ କଷ୍ଟରେ ହାତୀଙ୍କୁ ପାଖ ଜଙ୍ଗଳକୁ ଘୋଉଡାଇବାରେ ସଫଳ ହୋଇଛି।

ଜଙ୍ଗଲରେ ଥିବା ହାତୀ ପଲଙ୍କୁ ନେଇ ଆଖ ପାଖ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ। ଅନ୍ୟପଟେ ବନ ବିଭାଗ ହାତୀ ପଲ ଉପରେ ନଜର ରଖିବା ସହ ହାତୀ କିପରି ଗାଁ ମୁହାଁ ନ ହେବେ ସେଥିପାଇଁ ବନ ସ୍କ୍ବାଡ ଗାଁରେ ମୃତୟନ ହୋଇଛନ୍ତି।

Advertisment
Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe