Advertisment

ଅନ୍ତେବାସୀ ହୁସିଆର;ଜେଲ ଭିତରେ ମୋବାଇଲ ଥିଲେ ଧରାପକାଇବ ମେସିନ୍

ମୋବାଇଲ ବନ୍ଦ ଥିଲେ ଏହି ମେସିନ ଧରାପକାଇ ଦେବ।

Nljd machine

Nljd machine

Advertisment

ଏଣିକି ଜେଲରେ କଏଦୀ ଲୁଚାଇ ବ୍ୟବହାର କରିପାରିବେନି ମୋବାଇଲ। ବ୍ରହ୍ମପୁର ମଣ୍ଡଳ କାରାଗାରରେ ଲଗାଯାଇଛି ଅତ୍ୟାଧୂନିକ ନନ୍ ଲିନିୟର ଜଙ୍କସନ ଡିଟେକ୍ଟର ମେସିନ୍ (NLJD) ମେସିନ୍। ଏହି ମେସିନ ଦ୍ୱାରା ଖୋଜି ବାହାର କରିହେବ ମୋବାଇଲ।

Advertisment

ଏହି ମେସିନ୍ ଦ୍ୱାରା କଏଦୀମାନେ ଯଦି ମୋବାଇଲ ଲୁଚାଇ ବ୍ୟବହାର କରୁଥିବେ ତେବେ ଏହି ମେସିନ୍ ଧରା ପକାଇଦେବ। ଏପରିକି ମୋବାଇଲ ବନ୍ଦ ହେଉ କିମ୍ବା ସିମ୍ ବାହାର କରି ଲୁଚାଇ ରଖିଥିବେ ତାହା ବି ଧରାପଡିବ।

ତେବେ ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଜେଲ ଭିତରେ ରହି ବାହାରର ନେଟୱାର୍କ ଚଳାଉଥିବା କଏଦୀମାନଙ୍କ ପାଇଁ ଏହା ବେଶ୍ ଫଳପ୍ରଦ ହେବ ବୋଲି କହିଛନ୍ତି ଜେଲ ସୁପରିଟେଣ୍ଡଣ୍ଟ। 

Advertisment

ସେ ଆହୁରି କହିଛନ୍ତି ଯେ, ଏହି ମେସିନର ମୂଲ୍ୟ ୧୫ ଲକ୍ଷ ଟଙ୍କା। ଟ୍ରେନିଂ ନେଇଥିବା କର୍ମଚାରୀ ମାନେ ଜେଲ କଠୋରି ଭିତରେ ବୁଲାଇ ଚେକିଂ କରିବେ। ଏପରିକି ମାଟି ତଳେ ମୋବାଇଲ ଲୁଚାଇ ରଖିଥିଲେ ବି ଏହି ମେସିନର ସାଇରନ ବାଜିବ। 

ସେହିଭଳି ଯଦି ମୋବାଇଲକୁ ବନ୍ଦ କରି ଖୋଲି ପାର୍ଟ ପାର୍ଟ କରି ରଖାଯାଇଇଛି ତେବେ ବି ତାହାର ସିମ୍ ଯେଉଁଠି ଥିବ ଏହି ମେସିନ ଦ୍ୱାରା ଜାଣିହେବ। ଯାହା ଫଳରେ ଜେଲ ମଧ୍ୟରେ ଲୁଚା ଛପାରେ ମୋବଇଲ ବ୍ୟବହାରକୁ ଏହି ମେସିନ ରୋକି ପାରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।  

   

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe