Advertisment

ମାଛ ବଦଳରେ ଜାଲରେ ପଡ଼ିଲା ମଣିଷ ଶବ

ମୃତଦେହଟି କୌଣସି ଏକ ବିଦେଶୀ ନାଗରିକଙ୍କ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

author-image
Tapaswini Nayak
Sea

Sea

ମାଛ ବଦଳରେ ଜାଲରେ ପଡ଼ିଲା ମଣିଷ ଶବ। ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ଜାଲ ପକାଇବା ବେଳେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଛି। ତେବେ ମୃତଦେହଟି କାହାର ? କେମିତି ତାଙ୍କର ମୃତ୍ୟୁ ହେଲା ? ଏଯାଏଁ ସ୍ପଷ୍ଟ ହୋଇପାରିନି। ମୃତଦେହଟି କୌଣସି ଏକ ବିଦେଶୀ ନାଗରିକଙ୍କ ହୋଇଥାଇପାରେ ବୋଲି ପୁଲିସ ଅନୁମାନ କରୁଛି।

Advertisment

ଗତକାଲି ଜଣେ ମତ୍ସ୍ୟଜୀବୀ ପାରାଦୀପ ଜଟାଧାର ମୁହାଣ ନିକଟ ସମୁଦ୍ରରେ ଜାଲ ପକାଇ ମାଛ ଧରୁଥିଲେ। ଏହି ସମୟରେ ତାଙ୍କ ଜାଲରେ ମାଛ ବଦଳରେ ମଣିଷ ଶବ ପଡ଼ିଥିଲା। ଯାହାକୁ ଦେଖି ମତ୍ସ୍ୟଜୀବୀ ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଅନ୍ୟ ମତ୍ସ୍ୟଜୀବୀଙ୍କୁ ଘଟଣାସଂପର୍କରେ ଜଣାଇଥିଲେ। ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ସମୁଦ୍ରରେ ମୃତଦେହ କିପରି ଆସିଲା, କେହି ହତ୍ୟା କରି ଫିଙ୍ଗି ଦେଇଛି ନା ଅନ୍ୟ କାରଣ ରହିଛି ତାହା ପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Paradeep