Advertisment

ପୁଣି ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି

ଗତ ବର୍ଷ ଏହି ପାଚେରି ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିଲା

author-image
Tapaswini Nayak
 Boundary Collapsed

Boundary Collapsed

ପୁଣି ଭୁଶୁଡ଼ି ପଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି। ରାତିରେ ବର୍ଷା ପବନ ଯୋଗୁ ପାଚେରି ଭୁଶୁଡ଼ି ପଡ଼ିଥିବା ଜଣାଯାଇଛି। ୨୦ରୁ ୩୦ ମିଟର ପର୍ଯ୍ୟନ୍ତ ପାଚେରି ଭୁଶୁଡ଼ି ପଡ଼ିଛି। ଏଥିରେ କାହାର କିଛି କ୍ଷତି ଘଟିନାହିଁ।

Advertisment

ଏୟାରପୋର୍ଟର ପାଚେରି ନିମ୍ନମାନର କାମ ଯୋଗୁ ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗତ ବର୍ଷ ଏହି ପାଚେରି ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଏହି ପାଚେରି ନିର୍ମାଣ କରାଯାଇଥିଲା। ପୁଣି ଏହା ଭୁଶୁଡ଼ି ପଡ଼ିଛି। ଏନେଇ ଜିଲ୍ଲା ପ୍ରଶାସନର କୌଣସି ପ୍ରତିକ୍ରିୟାର ମିଳିନାହିଁ।

Malkangiri