Advertisment

ରାମ ମନ୍ଦିର ପାଇଁ ପ୍ରସ୍ତୁତି ଜୋରଦାର; ଭୁବନେଶ୍ୱରରେ ପହଞ୍ଚିଲା ଅଯୋଧ୍ୟା କଳସ

ଭୁବନେଶ୍ୱରରେ ପହଞ୍ଚିବା ପରେ କଳସକୁ ଭବ୍ୟ ସ୍ୱାଗତ କରାଯାଇଛି। ପରେ କଳସକୁଏକ ଶୋଭାଯାତ୍ରାରେ ରାମ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।

author-image
Niharika Rout
Kalas

Kalas

ଜାନୁଆରୀ ୨୨ ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି। ଦ୍ରୁତ ଗତିରେ ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ କାମ। ଏହି ଭବ୍ୟ ପ୍ରତିଷ୍ଠା ଉତ୍ସବ ନିମନ୍ତ ସାରା ଦେଶବାସୀଙ୍କୁ ନିମନ୍ତ୍ରଣ କରିବା ଲାଗି ଅଯୋଧ୍ୟାରୁ ଆସିଥିବା ଏକ କଳସ ଦେଶର ବିଭିନ୍ନ ପ୍ରାନ୍ତ ପରିଭ୍ରମଣ କରୁଛି। ଏବେ ଏହି କଳସ ଭୁବନେଶ୍ୱରରେ ଆସି ପହଞ୍ଚି ସାରିଛି।

Advertisment

ଭୁବନେଶ୍ୱରରେ ପହଞ୍ଚିବା ପରେ କଳସକୁ ଭବ୍ୟ ସ୍ୱାଗତ କରାଯାଇଛି। ପରେ କଳସକୁଏକ ଶୋଭାଯାତ୍ରାରେ ରାମ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ଆସନ୍ତା ବର୍ଷ ଜାନୁଆରୀ ୧ରୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ଘର ଘର ବୁଲିବ ଏହି କଳସ। ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ଘରେ ଘରେ ଯଜ୍ଞ ଏବଂ ପୂଜାର୍ଚ୍ଚନା କରିବା ସହ ଦୀପ ଜାଳିବା ଲାଗି ଲୋକଙ୍କୁ ଆହ୍ୱାନ କରାଯିବ ବୋଲି ଅକ୍ଷତ କଳସ ଯାତ୍ରାର ସଂଯୋଜକ କହିଛନ୍ତି।

ଜାନୁଆରୀ ୨୨ ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି। ଦ୍ରୁତ ଗତିରେ ଆଗେଇ ଚାଲିଛି ଭବ୍ୟ ରାମ ମନ୍ଦିର ନିର୍ମାଣ। ପ୍ରଥମ ମହଲା ସରିବା ପରେ ଦ୍ୱିତୀୟ ମହଲା ସହ ପ୍ରାଙ୍ଗଣ କାମ ଚାଲିଛି ।

Advertisment

ସେହିପରି ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ବିଭିନ୍ନ ପ୍ରଜ୍ଞାପନ ମେଢ଼ ମଧ୍ୟ ନିର୍ମାଣ ଚାଲିଛି। ପ୍ରଭୁ ଶ୍ରୀରାମ ଓ ରାମାୟଣ କଥାବସ୍ତୁକୁ ନେଇ ନିର୍ମାଣ ଚାଲିଛି ପ୍ରଜ୍ଞାପନ ମେଢ଼। ୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯଜମାନ ହେବେ ପ୍ରଧାନମନ୍ତ୍ରୀ ମୋଦି। ଯଜ୍ଞାନୁଷ୍ଠାନ ପାଇଁ କେବଳ କାଶୀରୁ ଆସିବେ ୪୦ ବିଦ୍ବାନ।

ବିଖ୍ୟାତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦିକ୍ଷୀତଙ୍କ କାନ୍ଧରେ ରହିବ ସଂପୂର୍ଣ୍ଣ ଯଜ୍ଞାନୁଷ୍ଠାନ ଭାର। ୨ ମଣ୍ଡପ ଓ ୯ ଯଜ୍ଞ କୁଣ୍ଡରେ ଅହରହ ଆହୂତି ପ୍ରଦାନ କରିବେ ୧୨୧ ବ୍ରାହ୍ମଣ। ଏଥିପାଇଁ ୩ ହଜାର ଆବେଦନ ଆସିଥିଲା, ୨ଶହ ନାଁ ସର୍ଟଲିଷ୍ଟ ପରେ ସରିଛି ଚୟନ। ଅଯୋଧ୍ୟାରେ ସମସ୍ତଙ୍କ ରହଣୀ ପାଇଁ ନିର୍ମାଣ ଚାଲିଛି ସ୍ୱତନ୍ତ୍ର ନଗର।

Bhubaneswar Ayodhya Ram Mandir Ram Mandir