Advertisment

ଏ ରାସ୍ତାରେ କେମିତି ଯିବ ଆମ୍ୱୁଲାନ୍ସ?

ଲିବ୍ରୀ ଏ ସମ୍ପର୍କରେ ଜାଣିପାରି ଗର୍ଭବତୀ ପତ୍ନୀଙ୍କୁ ଚଲାଇ ଚଲାଇ ଆସିଥିଲେ। ସାଥୀରେ ଥିଲେ ଆଶା ଦିଦି। ୪ କିମି ରାସ୍ତା ଚାଲିବା ଆମ୍ୱୁଲାନ୍ସ ପାଖରେ ପହଞ୍ଚିଥିଲେ ଲିବ୍ରୀ ଓ ତାଙ୍କ ଗର୍ଭବତୀ ପତ୍ନୀ ମାଣ୍ଡେ।

Road

Road

Advertisment

ଥରେ ଏ ରାସ୍ତାକୁ ଦେଖନ୍ତୁ। ତା’ପରେ କୁହନ୍ତୁ, ଏ ରାସ୍ତାରେ କେମିତି ଯିବ ଆମ୍ୱୁଲାନ୍ସ? ସେଥିପାଇଁ ଆଜି ଯାଇପାରିଲା ନାହିଁ ଆମ୍ୱୁଲାନ୍ସ। ତେଣୁ ଗର୍ଭବତୀ ମହିଳା ଜଣକ ୪ କିମି ରାସ୍ତା ଚାଲି ଚାଲି ଆସି ଆମ୍ୱୁଲାନ୍ସ ପାଖରେ ପହଞ୍ଚିଲେ। ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ।

Advertisment

ଭବାନୀପାଟଣା ସଦର ବ୍ଲକ୍‌ର ଚାଞ୍ଚେର ପଞ୍ଚାୟତର ପୋରଡଙ୍ଗଗୁଡା ଗାଁର ଲିବ୍ରୀ ମାଝୀଙ୍କ ସ୍ତ୍ରୀ ମାଣ୍ଡେ ଗର୍ଭବତୀ ଥିଲେ। ଆଜି ସକାଳେ ସେ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ଏନେଇ ଆଶା ଦିଦିଙ୍କୁ ଖବର ଦେଇଥିଲେ। ଆଶା ଦିଦି ପହଞ୍ଚି ମାଣ୍ଡେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ ରିସିଭ୍‌ କରି ନିର୍ଦ୍ଧାରିତ ସମୟରେ ଆମ୍ୱୁଲାନ୍ସ ଆସିଥିଲା। ହେଲେ ମାଣ୍ଡେଙ୍କ ଗାଁକୁ ଯାଇପାରିନଥିଲା। ଆମ୍ବୁଲାନ୍ସଟି ଗୁଡାଙ୍ଗ ପାଖରେ ଅଟକିଥିଲା।

ଲିବ୍ରୀ ଏ ସମ୍ପର୍କରେ ଜାଣିପାରି ଗର୍ଭବତୀ ପତ୍ନୀଙ୍କୁ ଚଲାଇ ଚଲାଇ ଆସିଥିଲେ। ସାଥୀରେ ଥିଲେ ଆଶା ଦିଦି। ୪ କିମି ରାସ୍ତା ଚାଲିବା ଆମ୍ୱୁଲାନ୍ସ ପାଖରେ ପହଞ୍ଚିଥିଲେ ଲିବ୍ରୀ ଓ ତାଙ୍କ ଗର୍ଭବତୀ ପତ୍ନୀ ମାଣ୍ଡେ। ପରେ ତାଙ୍କୁ ଆମ୍ୱୁଲାନ୍ସରେ ନିଆଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ସୂଚନାରୁ ପ୍ରକାଶ, ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ଆଦିବାସୀ ଅଧ୍ୟୁଷିତ ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ହେଲାନାହିଁ। ତେଣୁ ଗାଁ ଲୋକେ ପ୍ରତିଦିନ ଜଙ୍ଗଲି ଓ ଆବୁଡ଼ା ଖାବୁଡ଼ା ରାସ୍ତାରେ ଯିବା ଆସିବା କରୁଛନ୍ତି। ସେଥିପାଇଁ ନାନା ଅସୁବିଧାରେ ପଡ଼ୁଛନ୍ତି। ବିଶେଷ କରି ମହିଳା, ବୃଦ୍ଧ ଓ ବୃଦ୍ଧାମାନେ ବେଶୀ ଅସୁବିଧାରେ ପଡ଼ୁଛନ୍ତି। ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ଗାଁ ଲୋକେ ଅନେକ ବାର ପ୍ରଶାସନଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କ ପାଖରେ ଗୁହାରୀ କରିଛନ୍ତି। ହେଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂହ ଦେଓ

Kalahandi Pregnant Wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe