Advertisment

ଛୁଟି ନେଇ ମୂଲ ଲାଗିଲେ ଶିକ୍ଷକ

ପ୍ରଧାନଶିକ୍ଷକଙ୍କୁ ଛୁଟି ଦରଖାସ୍ତ ଦେଇଥିଲେ। ଛୁଟି ମଞ୍ଜୁର ହେବା ପରେ ଆଜି ବିଲରେ ମୂଲ ଲାଗିଥିଲେ ଶିକ୍ଷକ ଜଣଙ୍କ।

ଅଦ୍ୟତନ ହୋଇଛି
Teacher

Teacher

Advertisment

ସ୍କୁଲରୁ ଛୁଟି ନେଇ ମୂଲ ଲଗିଲେ ଶିକ୍ଷକ। ତିନି ମାସ ହେଲା ଦରମା ମିଳୁ ନଥିବାରୁ ଏଭଳି ଢଙ୍ଗରେ ସେ ଆଜି କରିଛନ୍ତି ପ୍ରତିବାଦ କରିଛନ୍ତି, ଯାହା ପୂରା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ଏହି ଶିକ୍ଷକଙ୍କ ନାଁ ପ୍ରଭୁଦତ୍ତ ସାହୁ। ସେ ଜଣେ ଦିବ୍ୟାଙ୍ଗ। ସେ ବଲାଙ୍ଗିର ଜିଲ୍ଳା ପୁଇଁତଲା ବ୍ଲକ ବାନ୍ଧନବାହାଲ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଡିଜିଟାଲ ସିଷ୍ଟମରେ ଦରମା ପାଆନ୍ତି ପ୍ରଭୁଦତ୍ତ। କିନ୍ତୁ ୩ ମାସ ହେଲା ତାଙ୍କୁ ଦରମା ମିଳିନି। ପୁଇଁତଲା ବିଇଓଙ୍କ ଅବହେଳା ଯୋଗୁଁ ତାଙ୍କୁ ତିନିମାସ ହେଲା ଦରମା ମିଳିନାହିଁ ବୋଲି ଅଭିଯୋଗ ହୋଇଛି।

Teacherଶ୍ରେଣୀ ଗୃହରେ ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ (ଫାଇଲ ଫଟୋ)

ପ୍ରଭୁଦତ୍ତଙ୍କ ପରିବାରରେ ମୋଟ ୫ ଜଣ ସଦସ୍ୟ ଅଛନ୍ତି। ଦରମା ମିଳୁ ନଥିବାରୁ ଘର ଚଳାଇବାରେ ତାଙ୍କୁ ବଡ଼ କଷ୍ଟ ହେଉଛି। ତିନି ମାସ ହେଲା ଦରମା ମିଳୁନଥିବାରୁ ଏହାର ପ୍ରତିବାଦ କରିବା ପାଇଁ ସେ ଆଜି ଏକ ପନିପରିବା ଚାଷ ହେଉଥିବା ଜମିରେ ମୂଲ ଲାଗିଛନ୍ତି। ମୂଲ ଲାଗିବା ପାଇଁ ଆଜି ସେ ସ୍କୁଲରୁ ଛୁଟି ନେଇଥିଲେ। ସେ ଛୁଟି ପାଇଁ ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ ଦେଇଥିଲେ। ପ୍ରଧାନଶିକ୍ଷକ ତାଙ୍କ ଦରଖାସ୍ତ ଗ୍ରହଣ କରି ଛୁଟି ମଞ୍ଜୁର କରିଥିଲେ। 

Advertisment

ଏହା କେବଳ ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁଙ୍କ ସହିତ ଘଟିନାହିଁ। ପୁଇଁତଲା ବ୍ଳକରେ ଏକ୍ସ କ୍ୟାଡରର ୭୨ ଜଣ ଶିକ୍ଷକ ତିନି ମାସର ଦରମା ପାଇନାହାନ୍ତି। ଡିସେମ୍ବର ମାସରେ ଡି.ଜି ଗଭ୍‌ରେ ଟଙ୍କା ଆସିଥିଲା। ବିଇଓ ଟଙ୍କା ଦେବାରେ ବିଳମ୍ବ କରିବାରୁ ତାହା ଫେରିଯାଇଥିଲା। ଜାନୁଆରୀ ମାସରୁ ଆକାଉଣ୍ଟାଣ୍ଟମାନେ ଆନ୍ଦୋଳନ କରୁଛନ୍ତି। ତେଣୁ ସରକାର ସମସ୍ତ ଡିଇଓ ମାନଙ୍କୁ ଚିଠି କରିଥିଲେ ଯେ, ଶିକ୍ଷା ବିଭାଗର ଅନ୍ୟ କର୍ମଚାରୀମାନଙ୍କ ସହାୟତାରେ ଶିକ୍ଷକ ମାନଙ୍କ ଦରମା କାମ କରାଇବେ। ଯେତେ ଯାହା ହେଲେ ମଧ୍ୟ ଶିକ୍ଷକମାନଙ୍କ ଦରମା ଯେପରି ବନ୍ଦ ନହେବ, ସେନେଇ ବିଇଓମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଡିଇଓ। କିନ୍ତୁ ପୁଇଁତଲା ଓ ବଲାଙ୍ଗିର ବ୍ଳକ ଦାୟିତ୍ୱରେ ଥିବା ବିଇଓ ଲୋକନାଥ ସୁନା, ସରକାର କିମ୍ବା ଡିଇଓଙ୍କ ନିର୍ଦ୍ଦେଶକୁ ମାନି ନାହାନ୍ତି ବୋଲି ଅଭିଯୋଗ ହୋଇଛି। ଯାହା ଫଳରେ ଏକ୍ସ କ୍ୟାଡର ଶିକ୍ଷକମାନେ ତିନି ମାସର ଦରମା ପାଇନାହାନ୍ତି। ଏହା ସହିତ ନୂତନ ଭାବେ ପୁଇଁତଲା ଓ ବଲାଙ୍ଗିର ବ୍ଳକରେ ଯୋଗ ଦେଇଥିବା ଶହ ଶହ ଶିକ୍ଷକ ୫ ମାସର ଦରମା ପାଇ ନାହାନ୍ତି। ତେଣୁ ଗତକାଲି ବିଭିନ୍ନ ଶିକ୍ଷକ ସଂଗଠନ ଡିଇଓଙ୍କୁ ଭେଟି ଅଭିଯୋଗ କରିଥିଲେ। ଏହା ପରେ ବିଇଓ ଲୋକନାଥ ସୁନାଙ୍କୁ ଡାକି ତାଗିଦ କରିଥିଲେ ଡିଇଓ ପ୍ରଦୀପ କୁମାର ନାଗ। ଶୀଘ୍ର ଦରମାର ଟଙ୍କା ପ୍ରଦାନ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ସେ ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe