Advertisment

ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ

ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି ଆରମ୍ଭ କରିଛନ୍ତି।

ଅଦ୍ୟତନ ହୋଇଛି
Tiger

Tiger

Advertisment

ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ। ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ପଳାଇ ଆସି ସହର ମୁହାଁ ହୋଇଥିବା କୁହାଯାଉଛି।  ସହରରେ ବାଘ ବୁଲୁଥିବା ଖବର ଶୁଣି ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Advertisment

ଆଜି ସକାଳ ୬ଟା ସମୟରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁରମାନେ ଜୋରରେ ଭୁକିଥିଲେ। ଏହି ସମୟରେ ଏକ କଲରାପତରିଆ ବାଘ କୁକୁର ଭୁକିବା ଭୟରେ ପାଚେରି ଡେଇଁ ସ୍କୁଲ ପରିସରରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାକୁ ଖବର ଦେଇଥିଲେ।

ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ବାଘର କୌଣସି ପତ୍ତା ମଳିନାହିଁ। ଏହାସହ ରେସ୍କ୍ୟୁ ଟିମ ଓ ଟ୍ରାଙ୍କୁଲାଇଜ ଟିମ୍‌ ସହ ଡିଏଫ୍‌ଓ ପହଞ୍ଚିଛନ୍ତି।

Advertisment

ବାରିପଦା ଡିଏଫଓ ଏ. ଉମା ମହେଶ କହିଛନ୍ତି, ଖବର ପାଇବା ପରେ ବନ ବିଭାଗ ପହଞ୍ଚି ବାଘକୁ ଖୋଜାଖୋଜି କରୁଛନ୍ତି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। 

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe