ମରିଗଲା ମା’ର ମମତା। ଶିଶୁକନ୍ୟାକୁ ପ୍ରସବ କରିବାର ମାତ୍ର କେଇ ମୂହୁର୍ତ୍ତ ପରେ ସବୁ ସମ୍ପର୍କ ତୁଟାଇ କନ୍ୟା ରତ୍ନକୁ ମରଣ ମୁହଁକୁ ଠେଲି ଦେଲା ମା’।ନବଜାତ ଶିଶୁକନ୍ୟାକୁ ପାଇଖାନାରେ ଛାଡ଼ି ପଳାଇଲା। ଏପରି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ।
ମେଡିକାଲର ଶୌଚାଳୟ ଜଣେ ମହିଳା ପ୍ରସବ କରି ଶିଶୁକନ୍ୟାଟିକୁ ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ ଏସଏନସିୟୁରେ ଭର୍ତ୍ତି କରାଯାଇଛି।
Also Read
ଆଜି ସକାଳେ ଫିମେଲ ମେଡ଼ିସିନ ୱାର୍ଡର ଶୌଚାଳୟରେ ଏକ ନବଜନ୍ମିତ ଶିଶୁକନ୍ୟା ପଡ଼ିଥିବା ରୋଗୀମାନେ ଦେଖିଥିଲେ। ଏନେଇ ମେଡିକାଲ କର୍ମଚାରୀଙ୍କୁ ଖବର ଦେଇଥିଲେ। ମେଡିକାଲ କର୍ମଚାରୀ ପିଲାଟିକୁ ଉଦ୍ଧାର କରି ଡାକ୍ତରଙ୍କୁ ଦେଖାଇଥିଲେ। ପିଲାଟିର ଓଜନ କମ୍ ଥିବାରୁ ତାର ଅବସ୍ଥା ଗୁରୁତର ରହିଛି। ଏଥିପାଇଁ ତାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଛି।
ଶିଶୁଟି କିଏ ଓ କଣ ପାଇଁ ପିଲାଟିକୁ ଶୌଚାଳୟରେ ପକାଇ ଚାଲିଗଲା ତାହା ଜଣାପଡ଼ିନାହିଁ। ଶିଶୁଟି ଜନ୍ମ ହେବା ପରେ ତା’ର ମା’ ତାକୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର
୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର। ୩୬ ନଂ ରାଙ୍କରେ ଥିବା ଆୟୁଷୀ ପ୍ରଧାନଙ୍କୁ ଆସାମ-ମେଘାଳୟ କ୍ୟାଡର। ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍ ବକ୍ସିଙ୍କୁ ଓଡ଼ିଶା କ୍ୟାଡର। ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା'ଙ୍କୁ ଓଡ଼ିଶା କ୍ୟାଡର।
Miscellaneous
ମାଲକାନଗିରିରେ ହେବ ସିମେଣ୍ଟ କାରଖାନା, ନିଯୁକ୍ତି ପାଇବେ ୨୦୦୦
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଓଡ଼ିଶାର ଦକ୍ଷିଣରୁ ଉତ୍ତରକୁ ଯୋଡାଯିବ। ମାଲକାନଗିରି ଶେଷ ସୀମା ମୋଟୁରୁ ମୟୂରଭଞ୍ଜର ତିରିଂ ପର୍ଯ୍ୟନ୍ତ ୬ ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ରେଳ ଲାଇନ୍ ଓ ଏନ୍ଏଚ୍ କାମକୁ ତ୍ୱରାନ୍ୱିତ କରାଯିବ।
Miscellaneous
ସାପ ଧରି ମେଡ଼ିକାଲ୍ରେ ପହଞ୍ଚିଲେ ଚାଷୀ
ଧାନ ଅମର କାମ ଚାଲିଛି। ତେଣୁ ଶୀତୁଆ ସକାଳରେ ବିଲକୁ କାମ କରିବା ପାଇଁ ଯାଇଥିଲେ ପାଖର ପଞ୍ଚାୟତ ସାନ ବିରିପଡା ଗାଁର ଭରତ ବେହେରା। ବିଲରେ କାମ କରୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ ଦଂଶନ କରିଥିଲା।
Miscellaneous
୮ମାସ ପରେ କାର୍ଯ୍ୟକ୍ଷମ ହେବ ମହାନଦୀ ଟ୍ରିବ୍ୟୁନାଲ, ଜଷ୍ଟିସ ବେଲା ଏମ ତ୍ରିବେଦୀ ନୂଆ ଅଧ୍ୟକ୍ଷ
କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ତ୍ରିବେଦୀଙ୍କୁ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
Miscellaneous
ଅପରାହ୍ନ ୧ଟାରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ମରାମତି ସମୟରେ ଡାକ୍ତରୀ ଟିମ୍, ଅଗ୍ନିଶମ କର୍ମଚାରୀ ଓ ଏଏସ୍ଆଇର ସ୍ୱତନ୍ତ୍ର ଟିମ୍ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବେ। ରତ୍ନଭଣ୍ଡାର ମରାମତି ସମୟରେ ଏଏସ୍ଆଇର କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କର ଆଇ କାର୍ଡ ଦିଆଯିବ।