/odisha-reporter/media/post_attachments/uploadimage/library/16_9/16_9_0/Lightning_1690879536.jpg)
Lightning
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନାରୁଇ ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାସନ୍ତୀ ଜେନା।
Advertisment
ଆଜି ସକାଳେ ବିଲକୁ ଧାନ ତଳି ରୋଇବା ପାଇଁ ଯାଇଥିଲେ ବାସନ୍ତୀ। ସେ ବିଲରେ କାମ କରୁଥିବା ପ୍ରବଳ ବର୍ଷା ହୋଇଥିଲା। ତା’ସହିତ ଘଡ଼ଘଡ଼ି ମାରିଥିଲା। ଏହା ଦେଖି ବାସନ୍ତୀ ଘରକୁ ଫେରି ଯାଉଥିଲେ। ସେହି ସମୟରେ ରାସ୍ତାରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ବାସନ୍ତୀଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
