Advertisment

ରାମ ସୀତାଙ୍କର ୧୨୦ ଫୁଟ୍‌ର ଚିତ୍ରକରି ବିଶ୍ୱ ରେକର୍ଡ଼

ଖାଦ୍ୟ ଶସ୍ୟରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ସୁନ୍ଦର ଚିତ୍ର ଆଙ୍କି ବିଶ୍ୱ ରେକର୍ଡ଼। ନେପାଳର ଜନକପୁରରେ କଳାକାର ଏହି ସୁନ୍ଦର ଚିତ୍ର ଆଙ୍କି ବିଶ୍ୱ ରେକର୍ଡ଼ କରିଛନ୍ତି।

author-image
Biswajit Samal
Nepal

Nepal

ଖାଦ୍ୟ ଶସ୍ୟରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ସୁନ୍ଦର ଚିତ୍ର ଆଙ୍କି ବିଶ୍ୱ ରେକର୍ଡ଼। ନେପାଳର ଜନକପୁରରେ କଳାକାର ଏହି ସୁନ୍ଦର ଚିତ୍ର ଆଙ୍କି ବିଶ୍ୱ ରେକର୍ଡ଼ କରିଛନ୍ତି।

Advertisment

୧୦ ଜଣ କଳାକାର ୧୧ ହଜାର ସ୍କ୍ୱୋୟାର ଫୁଟ୍ ଅଞ୍ଚଳରେ ପ୍ରଭୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି। ଏଥିରେ ଧାନ, ମାଣ୍ଡିଆ, ମୁଗ, କୋଳଥ ଭଳି ୧ କ୍ୱିଣ୍ଟାଲରୁ ଅଧିକ ଖାଦ୍ୟ ଶସ୍ୟର ବ୍ୟବହାର ହୋଇଛି।

ଏହି ଚିତ୍ରର ଲମ୍ବ ୧୨୦ ଫୁଟ ହୋଇଥିବା ବେଳେ ଚଉଡା ୯୧.୫ ଫୁଟ ରହିଛି। ଏହା ପୂର୍ବରୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ କଳାକାର ୧୦ ହଜାର ୮୦୦ ସ୍କ୍ୱୋୟାର ଫୁଟ ଅଞ୍ଚଳରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିକୃତି କରିଥିଲେ।

Advertisment
Nepal