Advertisment

ଗଛରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

ଆଜି ସକାଳେ ଭୈରବୀ ମନ୍ଦିର ଚାରିପଟେ ଗଛ ବୁଦା ସଫା କରାଯାଉଥିଲା। ଅଜୟ ଏକ ଗଛ ଉପରେ ଚଢି ଗଛ ଡାଳ କାଟୁଥିବା ସମୟରେ ଖସିପଡ଼ିଥିଲେ। ସେ ତଳେ ପଡ଼ି ଗୁରୁତର ଆହାତ ହୋଇଥିଲେ।

author-image
Biswajit Samal
Ajay Nayak

Ajay Nayak

ବୌଦ୍ଧଜିଲ୍ଲା ପୁରୁଣାକଟକ ଭୈରବୀ ମନ୍ଦିରରେ ଘଟିଛି ଅଘଟଣ। ଗଛ କାଟୁଥିବା ସମୟରେ ଗଛରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ। ମୃତକଙ୍କ ନାଁ ଅଜୟ ନାୟକ (୩୦)। ତାଙ୍କ ଘର ହେଉଛି ଡିଗସିରା ଗାଁରେ।

Advertisment

ଆଜି ସକାଳେ ଭୈରବୀ ମନ୍ଦିର ଚାରିପଟେ ଗଛ ବୁଦା ସଫା କରାଯାଉଥିଲା। ଅଜୟ ଏକ ଗଛ ଉପରେ ଚଢି ଗଛ ଡାଳ କାଟୁଥିବା ସମୟରେ ଖସିପଡ଼ିଥିଲେ। ସେ ତଳେ ପଡ଼ି ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ସେଠାରେ କାମକରୁଥିବା ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ଡାକ୍ତର ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଜୟଙ୍କ ପରିବାର କହିଲେ ବୃଦ୍ଧ ମା' ବାପା ଓ ୩ ବର୍ଷ ର ଏକ ଝିଅ ଅଛନ୍ତି। ବାପା ଆଜକୁ ପ୍ରାୟ ୨ ବର୍ଷ ହେଲା ଶଯ୍ୟାଶାୟୀ। ପରିବାର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Advertisment
Deadbody