Advertisment

ଦୁଇ ମାସରେ AC ଟନେଲ୍ ବିଦ୍ୟୁତ ବିଲ୍‌ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା

ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ତା’ପରଠାରୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଏସି ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଯାଉଛନ୍ତି।

Puri temple

Puri temple

Advertisment

ଜଗା ଦର୍ଶନକୁ ସହଜ ଓ ସରଳ କରିବାକୁ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଏସି ବ୍ୟାରିକେଡ (ଏସି ଟନେଲ) ବ୍ୟାରିକେଡ କରାଯାଇଥିଲା। ହେଲେ ଏହି ବ୍ୟାରିକେଡ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡବିନ୍ଧାର କାରଣ ପାଲିଟିଛି। ଦୁଇ ମାସରେ ଏସି ଟନେଲ୍ ବିଦ୍ୟୁତ ବିଲ୍‌ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା। କେଉଁଠୁ ଏହି ବିଲ ପୈଠ ହେବ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଶ୍ରୀମନ୍ଦିର ପ୍ରଶାସନ।

Advertisment

ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ତା’ପରଠାରୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଏସି ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଯାଉଛନ୍ତି। ଆଉ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ହେଲେ ଏବେ ସେହି ଏସି ବ୍ୟାରିକେଡ ବିଲ୍‌ ଚିନ୍ତାର କାରଣ ସାଜିଛି। ଗତ ଦୁଇ ମାସରେ ବିଦ୍ୟୁତ ବାବାଦକୁ ବିଲ୍‌ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା। ଏତେ ପରିମାଣର ବିଦ୍ୟୁତ ଦେୟ ଶ୍ରୀମନ୍ଦିର ପ୍ରଶାସନ କିପରି ଦେବେ ସେ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସେବାୟତ। ଯଦି ଦୁଇ ମାସରେ ଏତିକି, ତେବେ ବର୍ଷକୁ ବିଦ୍ୟୁତ ବିଲ କୋଟିଏ ଟପି ଯିବ ବୋଲି ସେବାୟତମାନେ କହିଛନ୍ତି। ତେଣୁ ଭକ୍ତଙ୍କ ଲାଗି ବିଦ୍ୟୁତ ବିଲ୍‌ ଛାଡ କରିବାକୁ ସେବାୟତ ନିବେଦନ କରିଛନ୍ତି।

୮୪ ମିଟର ଲମ୍ବ ଓ ୧୨ ମିଟର ଚୌଡାର ସେଡ୍‌ରେ ଭକ୍ତଙ୍କ ପାଇଁ ଏୟାର କଣ୍ଡିସନ ସହ ଫ୍ୟାନ ଓ ଲାଇଟ୍‌ ସଂଯୋଗୀକରଣ କରାଯାଇଛି। ହେଲେ ଗତ ଜାନୁଆରୀ ଓ ଫେବ୍ରୁଆରୀ ମାସର ବିଦ୍ୟୁତ୍ ବିଲ୍‌ ଏବେ ଚିନ୍ତା ବଢ଼ାଇଛି। ଦୁଇ ମାସରେ କେବଳ ଏସି ହ୍ୟାଙ୍ଗର ଓ ପ୍ରତିକ୍ଷାଳୟ ବିଦ୍ୟୁତ ବିଲ୍ ବାବଦକୁ ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ହୋଇଛି। ସେପଟେ ଏହି ବିଲକୁ ନେଇ ବିଦ୍ୟୁତ ବିଭାଗର ଇଞ୍ଜିନିୟରମାନେ ତର୍ଜମା କରିବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ଏହାପରେ ଯାହା ନିଷ୍ପତ୍ତି ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।

Advertisment
Sri Jagannath Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe