Advertisment

ଗର୍ଭବତୀଙ୍କ ପାଇଁ ଆବଶ୍ୟକ ଥିଲା ରକ୍ତ, ଦେବଦୂତ ସାଜିଲେ ଅଭିନେତା ସବ୍ୟସାଚୀ

ଆଜି ସବ୍ୟସାଚୀ ଜଣେ ଗର୍ଭବତୀଙ୍କ ପ୍ରସବ ପାଇଁ ରକ୍ତ ଆବଶ୍ୟକ ଥିବା ସମୟରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।

author-image
Hemant Lenka
Sabyasachi Mishra

Sabyasachi Mishra

କରୋନା ମହାମାରୀ ସମୟରେ ରିଲ୍ ହିରୋରୁ ରିୟଲ୍ ହିରୋ ପାଲଟିଥିବା ଓଡ଼ିଆ ସିନେମାର ଚର୍ଚ୍ଚିତ ଚେହେରା ସବ୍ୟସାଚୀ ମିଶ୍ର ଆଜି ପୁଣିଥରେ ଏକ ମହତ କାମ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Advertisment

ଆଜି ସବ୍ୟସାଚୀ ଜଣେ ଗର୍ଭବତୀଙ୍କ ପ୍ରସବ ପାଇଁ ରକ୍ତ ଆବଶ୍ୟକ ଥିବା ସମୟରେ ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ଦେବଦୂତ ସାଜି ସେ ହସ୍ପିଟାଲ ବେଡରେ ଥିବା ମହିଳାଙ୍କୁ ସାହାଯ୍ୟ କରିଛନ୍ତି। ସବ୍ୟଙ୍କ ଏପରି କାମ ପାଇଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି ଗର୍ଭବତୀଙ୍କ ସମ୍ପର୍କୀୟ। 

ଯାଜପୁର ବିଂଝାରପୁର ଅଞ୍ଚଳର ନିହାରିକା ପଣ୍ଡା ଗର୍ଭଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ପରିବାର ଲୋକେ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅପରେସନ ପୂର୍ବରୁ ଡାକ୍ତର ରକ୍ତର ଆବଶ୍ୟକତା ରହିଥିବା କହିଥିଲେ। ନିହାରିକାଙ୍କ ବ୍ଲକ ଗ୍ରୁପ B ନେଗେଟିଭ ହୋଇଥିବାରୁ ହସ୍ପିଟାଲ ପକ୍ଷରୁ ୩ ୟୁନିଟ୍ ରକ୍ତ ଆବଶ୍ୟକ ଥିବା କହିଥିଲେ। 

Advertisment

ରକ୍ତ ପାଇଁ ପରିବାର ସଦସ୍ୟ ସମ୍ପର୍କୀୟମାନଙ୍କ ସହାୟତା ନେଇଥିଲେ ମଧ୍ୟ ୩ ୟୁନିଟ୍ ରକ୍ତ ମିଳିପାରିନଥିଲା। ଏ ବାବଦରେ ଓଲିଉଡ ହିରୋ ସବ୍ୟସାଚୀ ମିଶ୍ର ଜାଣିବା ପରେ ବିଳମ୍ୱ ନକରି ତୁରନ୍ତ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ପ୍ରଥମେ ସେ ରେଡକ୍ରସ୍ ସହ ଯୋଗାଯୋଗ କରିଥିଲେ। କିଛି ରକ୍ତଦାତାଙ୍କ ଫୋନ୍ ନମ୍ୱର ପରିବାର ସଦସ୍ୟଙ୍କୁ ଦେଇଥିଲେ।

ଏଥିସହିତ ନିଜ ସୋଶାଲ ମିଡିଆରେ ତୁରନ୍ତ ଏ ବାବଦରେ ପୋଷ୍ଟ କରିଥିଲେ। ସବ୍ୟଙ୍କ ପୋଷ୍ଟ୍ ଦେଖି କିଛି ରକ୍ତଦାତା ରକ୍ତଦାନ କରିବାକୁ ଆଗେଇ ଆସିଥିଲେ।

ସାଗରିକା ନାମକ ଜଣେ ମହିଳା ତୁରନ୍ତ ହସ୍ପିଟାଲରେ ପହଞ୍ଚି ନିଜେ ରକ୍ତଦାନ କରିଥିଲେ । ଏକ ମହତ କାର୍ଯ୍ୟ କରିବାକୁ ତୁରନ୍ତ ଆଗେଇ ଆସିଥିବାରୁ ସବ୍ୟ ସୋଶାଲ ମିଡିଆରେ ସାଗରିକାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ।

ରକ୍ତଦାନ କରିଥିବା ସାଗରିକା କହିଥିଲେ ଯେ, ମୋର ଯେତେବେଳେ ଏହି ଅବସ୍ଥା ଥିଲା ସେତେବେଳେ ମୁଁ ରକ୍ତର ଆବଶ୍ୟକତା କେତେ ଜାଣିପାରିଥିଲି । ତେଣୁ ମୁଁ ଏପରି କେସରେ ସର୍ବଦା ରକ୍ତଦାନ କରିବାକୁ ଆଗେଇ ଆସିଥାଏ । ସମସ୍ତ ସୁସ୍ଥ ବ୍ୟକ୍ତି ଆବଶ୍ୟକ ସ୍ଥଳେ ରକ୍ତଦାନ କରିବା ଉଚିତ ବୋଲି ସାଗରିକା କହିଥିଲେ।

Odisha Sabyasachi Mishra