ଅପରାଜିତା କେନାଲ ଖୋଳିବା ପରେ ଚେତା ପଶିଲା, ଦେଲେ ଜବରଦଖଲ ଉଚ୍ଛେଦ ଓ ତଦନ୍ତ ନିର୍ଦ୍ଦେଶ

କେବଳ ଚେତା ପଶିନି, ଜବରଦଖଲ ହୋଇଥିବା କଥାକୁ ସ୍ୱୀକାର କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ଦେଖାଇଛନ୍ତି। ଏ ସଂପର୍କରେ କ୍ଷୁଦ୍ର ଜଳସେଚନ ବିଭାଗର ଚିଫ୍‌ ଇଞ୍ଜିନିୟର ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

BBSR PhotoOR

ସାଂସଦଙ୍କ ଉପସ୍ଥିତିରେ ମାଟି ଖୋଳା ଚାଲିଛି

Manoranjan Sial
  • Published: Saturday, 09 September 2023
  • Updated: 09 September 2023, 08:47 PM IST

Sports

Latest News

ଭୁବନେଶ୍ୱର ଉପକଣ୍ଠରେ ପ୍ରାୟ ୧୫୦ଏକର ସରକାରୀ ଜମି, କେନାଲ ଓ ଜଙ୍ଗଲ ଜମି ସହ ସାଧାରଣ ଲୋକଙ୍କ ଜମି ହଡ଼ପ କରିବା ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନତା ପଦାରେ ପଡ଼ିଛି । ପ୍ରାୟ ଦୁଇବର୍ଷ ପରେ କେନାଲ ଜବରଦଖଲ ହୋଇଥିବାକୁ ସ୍ୱୀକାର କରି ରାଜ୍ୟ ଜଳସେଚନ ବିଭାଗ ଏହାର ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେବା ସହ କାହିଁକି ୨ବର୍ଷ ଧରି କେନାଲରୁ ବେଆଇନ ଜବରଦଖଲ ଉଚ୍ଛେଦ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା ସେ ନେଇ ସ୍ପଷ୍ଟୀକରଣ ରଖିବାକୁ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ଡିଭିଜନ ଅଧୀକ୍ଷକ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କେନାଲ ଜମିକୁ ଜବରଦଖଲ କରାଯାଇଥିବା ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତକାଲି ଚିଠି ଲେଖି ଅଭିଯୋଗ କରିଥିଲେ ତଥା ଗତ ଦୁଇଦିନ ତଳେ ନିଜେ ବୁଲଡୋଜର ଲଗାଇ ଏହି କେନାଲ ଖନନ ଓ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ ।

ରାଜ୍ୟ ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ବସନ୍ତ କୁମାର ରାଉତ ଗତକାଲି ଖୋର୍ଦ୍ଧା କ୍ଷୁଦ୍ରଜଳସେଚନ ଡିଭିଜନ ଅଧୀକ୍ଷକ ଯନ୍ତ୍ରୀଙ୍କୁ ଚିଠି ଲେଖି ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଡେରାସ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ(ବାମ)ରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେତେକ ଜବରଦଖଲକାରୀଙ୍କ ଦ୍ୱାରା ଗତ ପ୍ରାୟ ୨ବର୍ଷ ଧରି କେନାଲ ଜବରଦଖଲ ହୋଇଥିବାରୁ ଲୋକେ ଜଳସେଚନରୁ ବଂଚିତ ହେଉଛନ୍ତି । ଏହି ଜବରଦଖଲକୁ ମୁକ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ରାଜସ୍ୱ ବିଭାଗର ଅଧିକାରୀମାନେ ତୁରନ୍ତ ଏହି ଜବରଦଖଲ ହଟାଇବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ତଳମୁଣ୍ଡରେ ଜଳସେଚନ ସହଜ ହୋଇପାରିବ ବୋଲି କହିଛନ୍ତି । ଏହାସହିତ କେଉଁ ପରିସ୍ଥିତିରେ ଗତ ଦୁଇବର୍ଷ ଧରି ଏହି କେନାଲ ଜବରଦଖଲ ଯୋଗୁ ଜଳସେଚନ ବାଧାପ୍ରାପ୍ତ ହେଉଛି ଓ ଏହି ଜବରଦଖଲ ହଟାଇବା ପାଇଁ କାହିଁକି ଆବଶ୍ୟକ ପଦକ୍ଷେପ ନିଆଯାଇନଥିଲା ସେ ନେଇ ସ୍ପଷ୍ଟୀକରଣ ରଖିବାକୁ ଶ୍ରୀ ରାଉତ ଖୋର୍ଦ୍ଧା ଅଧୀକ୍ଷକ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଡେରାସ ଅଂଚଳରେ ଯଥାଶୀଘ୍ର କେନାଲ ଖୋଳି ୩୦୦ଏକର ଚାଷଜମିକୁ ଜଳସେଚନ କରାଯାଇ ଗରିବ ଚାଷୀମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଜବରଦଖଲ ଅଂଚଳରେ ଘେରା ଯାଇଥିବା ତାରବାଡ଼କୁ ହଟାଇ ସମସ୍ତ ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି, ବିଭିନ୍ନ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିକୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ । ଦୁଇଦିନ ପୂର୍ବରୁ ଶ୍ରୀମତୀ ଷଡ଼ଙ୍ଗୀ ନିଜେ ଡେରାସର ଏହି ଜବରଦଖଲ ଅଂଚଳକୁ ଯାଇ ବଳପୂର୍ବକ ପୋତାଯାଇଥିବା କେନାଲକୁ ନିଜେ ଗ୍ରାମବାସୀଙ୍କ ସହାୟତାରେ ଖୋଳିବା ସହ କେନାଲ ପୁନରୁଦ୍ଧାର ପ୍ରକ୍ରିୟା ୩ଦିନ ମଧ୍ୟରେ ଆରମ୍ଭ କରିବାକୁ ପ୍ରଶାସନକୁ ତାଗିଦ୍ କରିଥିଲେ ।

Also Read

ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଥିଲେ ଯେ, ଖଣି ବ୍ୟବସାୟୀ ପ୍ରଭାକରନଙ୍କ ପତ୍ନୀ କୃଥିକା ପ୍ରଭାକରନ ଏଠାରେ କେନାଲକୁ ଜବରଦଖଲ କରିବା ସହ ପ୍ରାୟ ୧୫୦ଏକର ସରକାରୀ ଜମି, ଜଙ୍ଗଲ ଜମି ଓ ବିଭିନ୍ନ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିକୁ ବଳପୂର୍ବକ ଜବରଦଖଲ କରି ତାରବାଡ଼ ଘେରାଇଛନ୍ତି । ଏହା ପାଣ୍ଡିଆନଙ୍କ ପ୍ରକଳ୍ପ କହି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଉଛନ୍ତି ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଥିଲେ ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ତହସିଲଦାର ଆଜି ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଓ ଅଧିକାରୀମାନଙ୍କ ସହ ଜବରଦଖଲ ହୋଇଥିବା କେନାଲ ଅଂଚଳକୁ ଅନୁଧ୍ୟାନ କରିଛନ୍ତି । ନକ୍ସା ଧରି କେଉଁଠି କେନାଲ ଅଛି ଓ ଅବରୋଧ କେଉଁଠି ହୋଇଛି ତାହା ଯାଂଚ କରିଥିଲେ । ଭୁବନେଶ୍ୱର ଉପକଣ୍ଠ ଗିରିଙ୍ଗପୁଟ ଗାଁରେ ଏହି କେନାଲକୁ ଜବରଦଖଲ କରି ପୋତା ଯାଇଥିବାକୁ ରାଜ୍ୟ ସରକାର ସ୍ୱୀକାର କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story