ରାଜ୍ୟରେ ପ୍ରଶାସନିକ ସଙ୍କଟ: ବରିଷ୍ଠ ଆଇଏଏସ୍ ଆସୁନାହାନ୍ତି, ବର୍ଷେ ବଢ଼ିପାରେ ମୁଖ୍ୟ ସଚିବଙ୍କ କାର୍ଯ୍ୟକାଳ

ବର୍ତ୍ତମାନର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଆଉ ୬ମାସରୁ ଏକ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

IAS

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା (ଫାଇଲ ଫଟୋ)

Ordigital Desk
  • Published: Saturday, 28 October 2023
  • Updated: 28 October 2023, 10:20 PM IST

Sports

Latest News

ରାଜ୍ୟ ସରକାରଙ୍କ ମନମୁଖୀ ନୀତି ଓ ଆଇଏଏସ୍ କ୍ୟାଡ଼ର ପରିଚାଳନାଗତ ତ୍ରୁଟି ଯୋଗୁ ରାଜ୍ୟରେ ପ୍ରଶାସନିକ ସଙ୍କଟ ସୃଷ୍ଟି ହୋଇଛି । ବରିଷ୍ଠ ଆଇଏଏସ୍ ଅଫିସରମାନେ ରାଜ୍ୟକୁ ଫେରିବାକୁ ଅନିଚ୍ଛୁକ ଥିବାବେଳେ ବର୍ତ୍ତମାନର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ ଆଉ ୬ମାସରୁ ଏକ ବର୍ଷ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଶ୍ରୀ ଜେନାଙ୍କ କାର୍ଯ୍ୟକାଳ ୨୦୨୪ ଜାନୁୟାରୀରେ ଶେଷ ହେଉଛି।

ସାଧାରଣ ପ୍ରଶାସନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କ ସଙ୍କଟ ଦେଇ ରାଜ୍ୟ ଏବେ ଗତି କରୁଛି । ବରିଷ୍ଠ ଆଇଏଏସସ୍ତରରେ ଅଭାବ ଯୋଗୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଫିସରଙ୍କ ନିଯୁକ୍ତି ସମ୍ଭବପର ହୋଇପାରୁନି । ଯାହାର ପ୍ରତିକୂଳ ପ୍ରଭାବ ସମ୍ପୃକ୍ତ ସଂସ୍ଥା ଉପରେ ପଡ଼ୁଛି । ଓଡ଼ିଶା କ୍ୟାଡ଼ରର ବରିଷ୍ଠ ଆଇଏଏସ୍ ଅଫିସରମାନେ କେନ୍ଦ୍ରୀୟ ଡେପୁଟେସନରୁ ଫେରିବାକୁ ଚାହୁଁନାହାନ୍ତି । ଆଉ ଯେଉଁ କିଛି ବରିଷ୍ଠ ଆଇଏଏସ୍ ଏଠାରେ କାର୍ଯ୍ୟ କରୁଛନ୍ତି ସେମାନେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ନିଜକୁ ଅଶ୍ୱସ୍ତି ଅନୁଭବ କରୁଛନ୍ତି । ବିଶେଷକରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜୁନିୟର ଅଫିସରମାନଙ୍କ ନିର୍ଦ୍ଦେଶ ବିନା ଏବେ ବରିଷ୍ଠ ଆଇଏଏସ୍ ଅଫିସରମାନେ ନିଜ ବିଭାଗ ସଂକ୍ରାନ୍ତି କୌଣସି କାର୍ଯ୍ୟ କରୁପାରୁନଥିବା ଜଣାପଡ଼ିଛି।

ଆଇଏଏସ୍ କ୍ୟାଡ଼ର ପରିଚାଳନାରେ ତ୍ରୁଟି ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ଏବେ ଓଡ଼ିଶା କ୍ୟାଡ଼ରରେ ୧୯୮୭ରୁ ୧୯୯୩ ମସିହା ବ୍ୟାଚରେ ଥିବା ମୋଟ ୧୯ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କ ମଧ୍ୟରୁ ମାତ୍ର ୮ଜଣ ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୯୮୮ ବ୍ୟାଚ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସରକାର ଓଡ଼ିଶା ବନ ନିଗମର ଅଧ୍ୟକ୍ଷ ପଦରେ ବସାଇ ପଙ୍ଗୁ କରିଦେଇଥିବାବେଳେ ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ କେବଳ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୯ ବ୍ୟାଚ୍ ଆଇଏଏସ୍ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ସମେତ ୧୯୮୮ ବ୍ୟାଚ୍ ସିଜେ ଭେନୁଗୋପାଳ, ୧୯୯୧ ବ୍ୟାଚ୍ ଅନୁ ଗର୍ଗ ଓ ସତ୍ୟବ୍ରତ ସାହୁ, ୧୯୯୩ ବ୍ୟାଚ୍ ଦେଓରଞ୍ଜନ ସିଂ ଓ ସୁରେନ୍ଦ୍ର କୁମାର ଓଡ଼ିଶାରେ କାର୍ଯ୍ୟ କରୁଛନ୍ତି।

Also Read

ଶ୍ରୀ ଭେନୁଗୋପାଳଙ୍କୁ ସରକାର ଏବେ ଗୁରୁତ୍ୱପୂର୍ଣ୍ଣ କେବିକେ ମୁଖ୍ୟ ପ୍ରଶାସକ, ବୋର୍ଡ ଅଫ ରେଭନ୍ୟୁ ସଦସ୍ୟ ଓ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନର ଦାୟିତ୍ୱ ଦେଇଛନ୍ତି । ଶ୍ରୀ ଭେନୁଗୋପାଳଙ୍କ କାର୍ଯ୍ୟଦକ୍ଷତା ଓ ବିଭିନ୍ନ ସମୟରେ ଅନୁପସ୍ଥିତି ଯୋଗୁ ଏହି ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର କାର୍ଯ୍ୟ ପ୍ରଭାବିତ ହେଉଥିବା ଜଣାପଡ଼ିଛି।

ସେହିପରି ଅନୁଗର୍ଗଙ୍କୁ ଉନ୍ନୟନ କମିଶନର ପଦବୀ ସମେତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି, ଯୋଜନା ଓ ସଂଯୋଜନ ବିଭାଗ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ନ୍ୟସ୍ତ ହୋଇଛି।

ଅନୁଙ୍କ ବ୍ୟାଚର ସତ୍ୟବ୍ରତ ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ , ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦବୀ ସମେତ ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱ ଦିଆଯାଇଛି।

୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗ, ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମେତ ଓଏମସି ଓ ଇଡକଲ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ସେହି ବ୍ୟାଚର ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପଦବୀ ମିଳିଛି।

ଅନ୍ୟପକ୍ଷରେ କେନ୍ଦ୍ରୀୟ ଡେପୁଟେସନରେ ୧୯୮୭ ବ୍ୟାଚ୍ ୨ ଆଇଏଏସ୍ ତୁହିନକାନ୍ତ ପାଣ୍ଡେ ଓ ରାଜେଶ ବର୍ମା ୧୯୯୦ ବ୍ୟାଚର ସମସ୍ତ ୫ଜଣ ଆଇଏଏସ କେନ୍ଦ୍ରରେ ବିଭିନ୍ନ ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ୧୯୯୧ ବ୍ୟାଚର ସଞ୍ଜୟ ରସ୍ତୋଗୀ ଓ ସୌରଭ ଗର୍ଗ, ୧୯୯୨ ବ୍ୟାଚର ସିଏସ୍ କୁମାର ଓ ୧୯୯୩ ବ୍ୟାଚର ଅଶୋକ ମୀନା ଏବେ କେନ୍ଦ୍ରରେ ଡେପୁଟେସନରେ ରହିଛନ୍ତି।

କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଫିସରମାନେ ଓଡ଼ିଶା ଫେରିବାକୁ ଅନିଚ୍ଛୁକ ଥିବାରୁ ରାଜ୍ୟ ସରକାର ବାଧ୍ୟ ହୋଇ ଶୀର୍ଷ ପାହ୍ୟାର ପଦବୀଗୁଡ଼ିକୁ ନିର୍ଦ୍ଦିଷ୍ଟ ବରିଷ୍ଠ ଆଇଏଏସଙ୍କ ପାଖରେ ଠୁଳ କରୁଛନ୍ତି । ଯେଉଁଥିପାଇଁ ଏବେବି କୃଷି ଉତ୍ପାଦନ କମିଶନର ଭଳି ପଦବୀ ଫାଙ୍କା ପଡ଼ିଛି।

ସୂଚନା ଅନୁସାରେ, ୧୯୯୦ ବ୍ୟାଚ୍ ଆଇଏଏସ୍ ମନୋଜ ଆହୁଜା ଓ ତାଙ୍କ ପତ୍ନୀ ଆରତୀ ଆହୁଜାଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ବ୍ୟାକଡୋର ଆଲୋଚନା କରିଥିବା ଜଣାପଡ଼ିଛି । ଆରତୀଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃୟାରୀ ମାସରେ ଶେଷ ହେଉଛି ଓ ମନୋଜଙ୍କ ୨୦୨୪ ଡିସେମ୍ବରରେ । ମାତ୍ର କେନ୍ଦ୍ର କୃଷି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ମନୋଜ ଆହୁଜା ଓଡ଼ିଶା ଫେରିବାକୁ ଅନିଚ୍ଛା ବ୍ୟକ୍ତ କରିବା ପରେ ରାଜ୍ୟ ସରକାର ଏବେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆଉ ୬ରୁ ଏକବର୍ଷ ବୃଦ୍ଧି କରିବେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ପ୍ରଦୀପଙ୍କୁ ଅବସରର ଅନୁମତି ଦେଲେ ଏବେ ଶୀର୍ଷ ପାହ୍ୟାରେ ଅଫିସର ସଙ୍କଟ ଉତ୍କଟ ରୂପ ନେବ । ଯଦିଓ ୧୯୯୪ ବ୍ୟାଚର ଆଇଏଏସଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ଆସନ୍ତା ଜାନୁୟାରୀରେ ପଦୋନ୍ନତି ଦେଲେ ବି ରାଜ୍ୟ ପ୍ରଶାସନକୁ ତା’ର ବିଶେଷ ଫାଇଦା ମିଳିବ ନାହିଁ । କାରଣ ଏହି ବ୍ୟାଚର ୩ଜଣ ଆଇଏଏସଙ୍କ ମଧ୍ୟରୁ ୨ଜଣ କେନ୍ଦ୍ରୀୟ ଡେପୁଟେସନ ଓ ଏବେ କେବଳ ଜି ମାଥିଭାଥନନ୍ ଓଡ଼ିଶାରେ ଅଛନ୍ତି । ୨୦୨୯ରେ ଚାକିରିରୁ ଅବସର ନେବାକୁ ଥିବା ଅନୁ ଗର୍ଗଙ୍କୁ ଏବେଠୁ ମୁଖ୍ୟ ସଚିବ କରିବାକୁ ସରକାର ଚାହୁଁନାହାନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ଓ ଏସବୁ ପ୍ରଶାସନିକ ପରିଚାଳନାଗତ ତ୍ରୁଟି ଯୋଗୁ ରାଜ୍ୟ ସରକାର ଏବେ ପ୍ରଦୀପଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଯୋଜନା କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story