Advertisment

୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି

ଶ୍ରୀ ପୂଜାରୀ କହିଛନ୍ତି, ଗ୍ରାମାଞ୍ଚଳରେ ବର୍ଷବର୍ଷ ଧରି ସରକାରୀ ଜାଗାରେ ରହିବା ସତ୍ତ୍ୱେ ଭୂମିହୀନ ଗରିବଙ୍କୁ ଘର ଡହ ପଟ୍ଟା ମିଳୁନି। ଯେଉଁମାନଙ୍କର ବର୍ଷିକ ଆୟ ଲକ୍ଷ ଟଙ୍କା ରହିଥିବ, ସେମାନଙ୍କୁ ୪ ଡିସିମିଲ୍‌ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ।

undefined

Suresh

Advertisment

ଆଗାମୀ ୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି। ଗରିବ ଭୂମିହୀନ ଓ ବାସହୀନଙ୍କୁ ଘର ନିର୍ମାଣ ପାଇଁ ଜମି ଯୋଗାଇ ଦିଆଯିବ। ଏପରିକି ସେହି ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ବିଦ୍ୟୁତ, ପାନୀୟ ଜଳ ଓ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇବାର ବ୍ୟବସ୍ଥା କରାଯିବ। ୫ ବର୍ଷରେ ଘରର ପୂର୍ଣ୍ଣାଙ୍ଗ ପେକେଜ ଗରିବ ଲୋକଙ୍କୁ ଯୋଗାଇଦେବୁ। ଆଜି ଏପରି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଶ୍ରୀ ପୂଜାରୀ କହିଛନ୍ତି, ଗ୍ରାମାଞ୍ଚଳରେ ବର୍ଷବର୍ଷ ଧରି ସରକାରୀ ଜାଗାରେ ରହିବା ସତ୍ତ୍ୱେ ଭୂମିହୀନ ଗରିବଙ୍କୁ ଘର ଡହ ପଟ୍ଟା ମିଳୁନି। ଯେଉଁମାନଙ୍କର ବର୍ଷିକ ଆୟ ଲକ୍ଷ ଟଙ୍କା ରହିଥିବ, ସେମାନଙ୍କୁ ୪ ଡିସିମିଲ୍‌ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ। ଯେଉଁ ଗରିବମାନେ ସରକାରୀ ଜାଗାରେ ଘର କରି ରହୁଥିବେ, ଯଦି ସେହି ଜାଗା ଆପତ୍ତିଜନକ ନଥିବ, ତାହାହେଲେ ସେଥିରୁ ୪ ଡିସିମିଲ୍‌ ଜାଗାର ପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ଯଦି ସେହି ଜାଗା ଆପତ୍ତି ଥିବ, ତାହାହେଲେ ସେମାନଙ୍କୁ ଅଣ ଆପତ୍ତି ଜନକ ୪ ଡିସିମିଲ୍‌ ଜମି ଯୋଗାଇ ଦିଆଯିବ। ସେହିପରି ସହରାଞ୍ଚଳରେ ବିଭିନ୍ନ ବସ୍ତିରେ ବସବାସ କରୁଥିବା ଭୂମିହୀନଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ସେମାନଙ୍କୁ ଖୁବ୍‌ଶୀଘ୍ର ପୋଜେସନ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ମ୍ୟୁନିସିପାଲିଟି ତରୁଫରୁ ଦିଆଯାଉଥିବା ସେହି ପୋଜେସନ୍ ସାର୍ଟିଫିକେଟ୍‌କୁ କେମିତି ରାଜସ୍ୱ ବିଭାଗର ମୋହର ଲାଗିବ, ସେହି ବାବଦରେ ଅଧ୍ୟୟନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀ ପୂଜାରୀ ଆହୁରି କହିଛନ୍ତି, ଭାରତ ସରକାର ଜଳ ଓ ଜଙ୍ଗଲ ଆଇନ୍‌ର ସଂଶୋଧନ କରିଥିଲେ। ଯେଉଁଥିରେ ଜନଜାତିର ଲୋକଙ୍କୁ ଜଙ୍ଗଲର ଅଧିକାର ଦେଇଥିଲେ। ତେଣୁ ସେମାନଙ୍କୁ ଜଙ୍ଗଲ କିଶମ ଜମିର ପଟ୍ଟା ପ୍ରଦାନ କରାଯିବ। ଯେଉଁମାନଙ୍କୁ ପଟ୍ଟା ପ୍ରଦାନ କରାଯିବ, ସେମାନଙ୍କୁ ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବାର ବ୍ୟବସ୍ଥା କରାଯିବ। ଆବାସ ଯୋଜନାରେ ଯେଉଁ ଘର ନିର୍ମାଣ ହେବ, ସେଥିରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟର ବ୍ୟବସ୍ଥା ରହିବ। ପ୍ରତି ଘରକୁ ପାଣି ଟେପ୍ ଓ ବିଦ୍ୟୁତ ସଂଯୋକ କରାଯିବ। ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ପହଞ୍ଚାଇବାର ବ୍ୟବସ୍ଥା କରିବୁ। କେବଳ ଜମି ପଟ୍ଟା ନୁହେଁ, ୫ ବର୍ଷରେ ଆମେ ଘରର ପୂର୍ଣ୍ଣାଙ୍ଗ ପେକେଜ ଗରିବ ଲୋକଙ୍କୁ ଯୋଗାଇଦେବୁ। ତେଣୁ ଠିକ୍‌ଠାକ୍‌ ଭାବେ ସର୍ଭେ କରିବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୫ ବର୍ଷ ପରେ ଓଡ଼ିଶାରେ ଏମିତି କେହି ଗରିବ ଲୋକ ରହିବେନି, ଯାହାର ନିଜସ୍ୱ ଘର ଡିହ ପଟ୍ଟା ନଥିବ। ସର୍ଭେ ଓ ଆବଣ୍ଟନ କାମ ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ମନ୍ତ୍ରୀ ଆହୁରି କହିଛନ୍ତି, ହୀରାକୁଦ ବନ୍ଧ ପାଇଁ ଯେଉଁମାନେ ବାସଚ୍ୟୁତ ହୋଇଥିଲେ, ସେମାନଙ୍କୁ ୧୦ ଡିସିମିଲ୍‌ ଲେଖାଏଁ ଜମି ଦେବାର କାର୍ଯ୍ୟକ୍ରମ ଚାଲିଛି। ସେହି ନିୟମ ଅନୁସାରେ ଝାରସୁଗୁଡ଼ାରେ ୪୪୦୦ ପଟା ଓ ସମ୍ୱଲପୁରରେ ୨୨୦ ପଟ୍ଟା ବାଣ୍ଟି ସାରିଲୁଣି। ୭୫ ବର୍ଷ ପୂର୍ବେ ଯେଉଁମାନଙ୍କ ପ୍ରତି ଅନ୍ୟାୟ ହୋଇଥିଲା, ଆମେ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବୁ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe