Advertisment

BDOଙ୍କ ମୃତ୍ୟୁ ପରେ କୁଆଡ଼େ ଗଲେ ସିମୁଳିଆ GPEO?

‘GPEO ହେଉଛନ୍ତି ବିଧାୟକଙ୍କ ଏଜେଣ୍ଟ। ସେ ଚାନ୍ଦା ଆଦାୟ କରି ବିଧାୟକଙ୍କୁ ଦେଇଥାଏ। ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥର ଚାନ୍ଦା ଆଦାୟ ଦାୟିତ୍ୱ GPEO ମୃତ୍ୟୁଞ୍ଜୟ ନାୟକଙ୍କୁ ଦିଆଯାଇଥିଲା।’

ଅଦ୍ୟତନ ହୋଇଛି
BDO

BDO

Advertisment

ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ କେମିତି ହେଲା? ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ? ଏହାକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଆଜି ବିସ୍ଫୋରକ ଖୁଲାସା କରିଛନ୍ତି ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା। ଏହା ଆତ୍ମହତ୍ୟା ନୁହେଁ, ବରଂ ରାଜନୈତିକ ହତ୍ୟା ବୋଲି ସେ କହିଛନ୍ତି। ମାମଲାରେ ଶାସକ ଦଳକୁ କାଠଗଡ଼ାକୁ ଟାଣିଥିବା ସହିତ ତଦନ୍ତରେ ସିମୁଳିଆ GPEO ମୃତ୍ୟୁଞ୍ଜୟ ନାୟକଙ୍କୁ ସାମିଲ କରିବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପଣ୍ଡା କହିଛନ୍ତି, ଦୁଇ ମାସ ତଳେ ବିଡିଓ ବିଶ୍ୱରଞ୍ଜନ ମହାନ୍ତି ଏଠାକୁ ଆସିଥିଲେ। ସେ ଜଣେ ଅତି ଭଦ୍ର ଲୋକ। ଅତି ଅମାୟିକ ଲୋକ ଥିଲେ। ସମସ୍ତଙ୍କୁ ଧରି ବ୍ଲକ ଚଲାଇବାକୁ ଚାହୁଁଥିଲେ। ଏପରି ସ୍ଥିତିରେ ସେ କାହିଁକି ଆତ୍ମହତ୍ୟା କଲେ? ଶାସକ ଦଳର ଅତ୍ୟଧିକ ରାଜନୈତିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପଣ୍ଡା କହିଛନ୍ତି।

ସେ କହିଛନ୍ତି, ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହଯୋଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥା ବୁଲାଇବାକୁ ବିଡିଓ ଚାହୁଁଥିଲେ। ମାତ୍ର ତାଙ୍କୁ ଶାସକ ଦଳର ନେତାମାନେ ବିରୋଧ କରୁଥିଲେ। ଶାସକ ଦଳ ନେତାଙ୍କ ନିର୍ଦ୍ଦେଶ ଅନୁସାରେ ରଥ ଚାଲିବାକୁ କୁହାଯାଇଥିଲା। ଏହାର ଦାୟିତ୍ୱ ବ୍ଲକରେ ୯ ବର୍ଷ ଧରି କାର୍ଯ୍ୟରତ GPEO ମୃତ୍ୟୁଞ୍ଜୟ ନାୟକଙ୍କୁ ଦେବାକୁ ଶାସକ ଦଳର ନେତାମାନେ କହିଥିଲେ। କାରଣ GPEO ହେଉଛନ୍ତି ବିଧାୟକଙ୍କ ଏଜେଣ୍ଟ। ସେ ଚାନ୍ଦା ଆଦାୟ କରି ବିଧାୟକକୁ ଦେଇଥାଏ। ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥର ଚାନ୍ଦା ଆଦାୟ ଦାୟିତ୍ୱ GPEO ମୃତ୍ୟୁଞ୍ଜୟ ନାୟକଙ୍କୁ ଦିଆଯାଇଥିଲା। ଯାହାକୁ ବିଡିଓ ବିରୋଧ କରୁଥିଲେ। ଯେଉଁଥିପାଇଁ ସେ ବିଡିଓ ଦୁଇରୁ ତିନି ଥର ଧମକାଇଥିବା ମଧ୍ୟ ଶୁଣିବାକୁ ପାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Advertisment

ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ଗୁରୁବାର ସନ୍ଧ୍ୟା ବେଳେ ବିଡିଓଙ୍କ କ୍ୱାର୍ଟର୍ସରେ ଲାଇଟ୍‌ ଜଳୁଥିଲା। ତାଙ୍କ ବାଇକ୍‌ ଚାବି ଅନ୍‌ ରହିଥିଲା। ଗ୍ରୀଲ୍‌ରେ ଭିତର ପାର୍ଶ୍ୱରୁ ତାଲା ପଡ଼ିଥିଲା। ଡାକିଲେ ମଧ୍ୟ ବିଡିଓ କବାଟ ଖୋଲୁ ନଥିଲେ। ଲୋକମାନେ ତାଲା ଭାଙ୍ଗିବାକୁ କହୁଥିଲେ। ମାତ୍ର GPEO ମୃତ୍ୟୁଞ୍ଜୟ ନାୟକ ସମସ୍ତଙ୍କୁ ମନା କରିବା ସହିତ ବିରକ୍ତ ହେଉଥିଲେ। ଆଉ କହୁଥିଲେ, ବିଡିଓ ଠିକ୍‌ ଅଛନ୍ତି। ପରେ ପୁଲିସ୍‌ ଆସି ବିରକ୍ତ ହେବାରୁ ତାଲା ଭଙ୍ଗା ଗଲା। ବିଡିଓଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିବା ପରେ GPEO ମୃତ୍ୟୁଞ୍ଜୟ ନାୟକ କେଉଁ ଆଡ଼େ ଗାଏବ ହୋଇଯାଇଛନ୍ତି। ତାଙ୍କ ମୋବାଇଲ ବନ୍ଦ ରହିଛି। ସେ ଏବେ କେଉଁଠି ଆତ୍ମଗୋପନ କରିଛନ୍ତି? ତାଙ୍କର ଦେଖା ମିଳୁନାହିଁ। ତେଣୁ ତାଙ୍କୁ ଉପରକୁ ଅଧିକ ସନ୍ଦେହ ଯାଉଛି। ବିଡିଓ କାହିଁକି ଆତ୍ମହତ୍ୟା କଲେ, ସେ ଜାଣିଛନ୍ତି। ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସେପଟେ ସିମୁଳିଆ ପୁଲିସ୍‌ ତନାଘନା ଆରମ୍ଭ କରିଛି। ପୁଲିସ୍‌ ଆଜି ବ୍ଲକରେ ବିଭିନ୍ନ କାଗଜପତ୍ର ଓ ସିସିଟିଭି ମଧ୍ୟ ଯାଞ୍ଚ କରିଛି। ଯାଞ୍ଚ ବେଳେ ବ୍ଲକ୍‌ କର୍ମଚାରୀଙ୍କୁ ମଧ୍ୟ ପଚରାପଚରି କରିଛି।

ରିପୋର୍ଟ- ସୋରରୁ ନୀରଞ୍ଜନ ବେହେରା

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe