Advertisment

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି । ସେମାନେ ଆଜିଠୁ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି ।

Mediacl

Mediacl

Advertisment

ରାଜ୍ୟରେ ୪ ଦିନ ଧରି ଚାଲିଥିବା ନର୍ସିଂ ଅଫିସରଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ନର୍ସିଂ ସଂଘ ସାଧାରଣ ସଂପାଦକ। ଆଜିଠାରୁ ନର୍ସିଂ ଅଫିସରମାନେ କାମକୁ ଫେରିବେ ବୋଲି ଜଣାପଡ଼ିଛି।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ନର୍ସିଂ କର୍ମଚାରୀମାନଙ୍କ ସହ ଆଲୋଚନା ସକରାତ୍ମକ ଓ ଫଳପ୍ରଦ ରହିଛି । ସେମାନେ ଆଜିଠୁ ଆନ୍ଦୋଳନରୁ ଓହରି କାମରେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା, ଯାହାକୁ ସେମାନେ ମାନି ନେଇଛନ୍ତି । ସେମାନଙ୍କର ଦାବି ଉପରେ ତଜର୍ମା ପାଇଁ ଅନ୍ତବିଭାଗୀୟ କମିଟି ଗଠନ ହୋଇଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନର୍ସିଂ କର୍ମଚାରୀ ସଂଘର ସମ୍ପାଦକ ଅଶ୍ୱିନୀ କୁମାର ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଜି ହୋଇଥିବା ଆଲୋଚନା ଫଳପ୍ରଦ ରହିଛି । ନର୍ସିଂ କର୍ମଚାରୀମାନଙ୍କର ସମସ୍ତ ୧୦ଦଫା ଦାବି ପ୍ରତି ସ୍ୱାସ୍ଥ୍ୟମନ୍ତ୍ରୀ ଅବଗତ ଅଛନ୍ତି । ଆମେ ମଧ୍ୟ ତା’ର ଯଥାର୍ଥ କାରଣ ଦେଇଛି । ସରକାର ସେସବୁ ପ୍ରତି ଅବଗତ ଅଛନ୍ତି ଓ ତାକୁ ଅନ୍ତବିଭାଗୀୟ କମିଟି ଦ୍ୱାରା ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନର୍ସିଂ କର୍ମଚାରୀମାନେ ରୋଗୀ ସେବାକୁ ଫେରିଲେ ଯେତେଶୀଘ୍ର ସମ୍ଭବ ଦାବିଗୁଡ଼ିକ ଉପରେ ସରକାର ବିଚାର କରିବେ । ଯେହେତୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ସଂଘର ସାଧାରଣ ପରିଷଦ ନେଇଥିଲା ,ତେଣୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଏବେ ଜରୁରୀ ବୈଠକ ଡକାଯାଇଛି । ରାଜ୍ୟ ଓ ଜିଲ୍ଲାସ୍ତରର କର୍ମକର୍ତ୍ତାଙ୍କ ମତାମତ ନିଆଯିବ । ଦାବି ପୂରଣ ନିମନ୍ତେ ସରକାରଙ୍କୁ ସମୟ ଦିଆଯିବ । ଆମେ ଆଜି ଯାହା ଆଲୋଚନା ହେଲା ତାହା ସମସ୍ତଙ୍କୁ ଅବଗତ କରି ଆଜି ରାତି ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ।

Advertisment

ନର୍ସିଂ କର୍ମଚାରୀ ସଂଘ ଓ ସ୍ୱାସ୍ଥ୍ୟ ସଚିବ ଏସ୍ ଅଶ୍ୱଥିଙ୍କ ମଧ୍ୟରେ ଆଲୋଚନା ବିଫଳ ହେବାପରେ ସରକାର ଅନ୍ତବିଭାଗୀୟ କମିଟି ଗଠନ କରିଥିଲେ । ମାତ୍ର ସେମାନଙ୍କ ୧୦ଦଫା ଦାବି ପୂରଣ ପାଇଁ ନର୍ସିଂ କର୍ମଚାରୀମାନେ ଦୁଇଦିନ ଧରି ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ । ସରକାର ସେମାନଙ୍କ ବିରୁଦ୍ଧରେ ଏସମା ଲାଗୁ କରିଥିଲେ ମଧ୍ୟ ଆନ୍ଦୋଳନରୁ ଓହରି ନଥିଲେ ।

Bhubaneswar Nursing Officer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe