Advertisment

ପୂଜାପାଠ ପରେ ମଣ୍ଡିରେ ଆରମ୍ଭ ହେଲା ଧାନ କିଣା

ଧାନ କିଣିବା ପାଇଁ ସବୁଠି ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଦୁର୍ଭାଗ୍ୟର ବିଷୟ ପୁଇଁତଲା ବ୍ଲକ୍‌ ଭାଳେର ପେକ୍ସରେ ଆଜି ମଣ୍ଡି ଖୋଲି ନାହିଁ। ସେଠାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିଲା ପରେ ପେକ୍ସ ଅଧିକାରୀମାନେ ତରତର ହୋଇ ତାଲା ଖୋଲିଥିଲେ।

Balangir

Balangir

Advertisment

ବଲାଙ୍ଗିର ଜିଲ୍ଲାରେ ଆଜିଠାରୁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଲୋଇସିଂହା ବ୍ଲକ୍‌ କନ୍ଦାଜୁରୀ ମଣ୍ଡିରେ ପୂଜାର୍ଚ୍ଚନା ସହିତ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା। ଆଜିଠାରୁ ଜିଲ୍ଲାର ୧୫୮ଟି ପେକ୍ସ ଓ ୧୭ଟି ଏସ୍‌ଏଚ୍‌ଜି ମାଧ୍ୟମରେ ଧାନ କିଣା ଯିବ। ହେଲେ ଆଜିଠାରୁ ଜିଲ୍ଲାର ଅଧିକାଂଶ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇପାରିନାହିଁ। ଚାଷୀମାନେ ଯେମିତି କିଛି ସମସ୍ୟାରେ ପଡ଼ିବେନାହିଁ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment

ଜିଲ୍ଲାପାଳ କହିଛନ୍ତି, ମଣ୍ଡିରେ ସିସିଟିଭି ଲାଗିଛି। ପ୍ରତିଦିନ କେତେ ଧାନ ଆସୁଛି ଓ ବିକ୍ରି ହେଉଛି, ତାହା ଉପରେ ନଜର ରଖାଯିବ। ମଣ୍ଡିରେ ଯେମିତି କିଛି ଅନିୟମିତତା ନହେବ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ଧାନ କିଣିବା ପାଇଁ ସବୁଠି ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଦୁର୍ଭାଗ୍ୟର ବିଷୟ ପୁଇଁତଲା ବ୍ଲକ୍‌ ଭାଳେର ପେକ୍ସରେ ଆଜି ମଣ୍ଡି ଖୋଲି ନାହିଁ। ସେଠାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିଲା ପରେ ପେକ୍ସ ଅଧିକାରୀମାନେ ତରତର ହୋଇ ତାଲା ଖୋଲିଥିଲେ। ସେପଟେ ମଣ୍ଡି ଖୋଲାରେ ବିଳମ୍ବକୁ ନେଇ ଚିନ୍ତାରେ ଚାଷୀ।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Paddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe