Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ୫ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

ଗତ କିଛିଦିନ ତଳେ ରାଜ୍ୟ ବିଜେପି ଏମାନଙ୍କ ମଧ୍ୟରୁ କିଛି ଅଫିସରଙ୍କ ନାଁରେ ଲିଖିତ ଭାବେ ଅଭିଯୋଗ ଆଣିଥିଲା। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଆଧାରରେ ଏହି ଅଫିସରମାନଙ୍କ ବଦଳି ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
undefined

Loka Seva Bhavan

Advertisment

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଆଜି ୫ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଚନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଓଏସଡି ଭାବେ ଡେପୁଟେସନରେ ଯାଇଥିବା ବରିଷ୍ଠ ଓଏଏସ୍ ଅପିସର ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ପୁଣିଥରେ ଆଇନ ବିଭାଗକୁ ଫେରାଇ ଅଣାଯାଇଛି। ସେ ଆଇନ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିବେ।

ସେହିପରି କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ରାମଚନ୍ଦ୍ର କିସକୁଙ୍କୁ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି।

Advertisment

ଗଞ୍ଜାମ ଆରଆଇସିରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ପ୍ରସନ୍ନ କୁମାର ପାତ୍ରଙ୍କୁ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଭାଗର ଯୁଗ୍ମ ସଚିବ, ଆସିକା ସମବାୟ ଚିନି କଳର ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକଙ୍କୁ ଓସଡମା ଡେପୁଟି ଜେନେରାଲ ମ୍ୟାନେଜର ଏବଂ ବ୍ରହ୍ମପୁର ସିଡିଏମଓ ଅଫିସରେ ପ୍ରଶାସନିକ ଅଫିସର ଓଏଏସ୍ ସୁବ୍ରତ କୁମାର ଜେନାଙ୍କୁ ଇଡକୋ ଲ୍ୟାଣ୍ଡ ଅଫିସର ଭାବେ ଭୁବନେଶ୍ୱର ବଦଳି ହୋଇଛି।

ଗତ କିଛିଦିନ ତଳେ ରାଜ୍ୟ ବିଜେପି ଏମାନଙ୍କ ମଧ୍ୟରୁ କିଛି ଅଫିସରଙ୍କ ନାଁରେ ଲିଖିତ ଭାବେ ଅଭିଯୋଗ ଆଣିଥିଲା। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଆଧାରରେ ଏହି ଅଫିସରମାନଙ୍କ ବଦଳି ହୋଇଥିବା ଜଣାପଡ଼ିଛି।

Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe