Advertisment

ଜନ ଶୁଣାଣି ଅଧାରୁ ଉଠିଗଲେ ଜିଲ୍ଲାପାଳ, ଏସ୍‌ପି; ଉତ୍ତେଜନା

ଜନ ଅଭିଯୋଗ ଶୁଣାଣି ବନ୍ଦ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁହାରୀ କରିବାକୁ ଆସିଥିବା ଲୋକମାନେ ଧାରଣାରେ ବସିଥିଲେ। ନାରାବାଜୀ ଦେଇଥିଲେ। କଟକ ଏଡିଏମ୍‌ଓ ଲୋକଙ୍କୁ ବୁଝାସୁଝା କରିଥିଲେ।

Banki

Banki

Advertisment

ଜନ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଅଧାରୁ ଉଠିଗଲେ ଜିଲ୍ଲାପାଳ। ତାଙ୍କ ପଛେ ପଛେ ଏସ୍‌ପି ଓ ଅନ୍ୟ ଅଧିକାରୀମାନେ ପଳାଇଗଲା। କଟକ ଜିଲ୍ଲା ବାଙ୍କୀ ବ୍ଲକ ଅଫିସ୍‌ରେ ଚାଲିଥିବା ଜନ ଅଭିଯୋଗ ଶୁଣାଣି ବେଳେ ଏପରି ଘଟଣା ଘଟିଛି। ଯେଉଁଥିପାଇଁ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ କରିବାକୁ ଅସିଥିବା ଲୋକମାନେ ଧାରଣାରେ ବସିଥିଲେ।

Advertisment

ଆଜି ବାଙ୍କୀ ବ୍ଲକ ଅଫିସ୍‌ରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା। ପୂର୍ବାହ୍ନ ୧୦ଟା ବେଳେ କଟକ ଜିଲ୍ଲାପାଳ ନରହରି ସେଠୀ, ଗ୍ରାମାଞ୍ଚଳ ଏସ୍‌ପି ମିହିର ପଣ୍ଡା, ବାଙ୍କୀ ବିଡିଓ, ତହସିଲଦାର୍‌ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ଜନ ଶୁଣାଣି ଚାଲିଲା। କିଛି ଲୋକଙ୍କ ଗୁହାରୀ ଶୁଣିଥିଲେ ଜିଲ୍ଲାପାଳ ଓ ଏସ୍‌ପି। ଜନ ଶୁଣାଣି ଚାଲିଥିବା ବେଳେ ହଠାତ୍‌ ଜିଲ୍ଲାପାଳ ଉଠି ପଳାଇ ଯାଇଥିଲେ। ତାଙ୍କ ପଛେ ପଛେ ଏସ୍‌ପି ଓ ଅନ୍ୟ ଅଧିକାରୀମାନେ ପଳାଇ ଯାଇଥିଲେ। ଅଧାରୁ ଜନଶୁଣାଣି ବନ୍ଦ ହୋଇଯାଇଥିଲା।

ଜନ ଅଭିଯୋଗ ଶୁଣାଣି ବନ୍ଦ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁହାରୀ କରିବାକୁ ଆସିଥିବା ଲୋକମାନେ ଧାରଣାରେ ବସିଥିଲେ। ନାରାବାଜୀ ଦେଇଥିଲେ। କଟକ ଏଡିଏମ୍‌ଓ ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକମାନେ ଜିଦ୍‌ରେ ଅଟଳ ରହିଥିଲେ। ଜିଲ୍ଲାପାଳଙ୍କୁ ଆସିବା ପାଇଁ ଅଡିବସି ଥିଲେ। ବୁଝାସୁଝା ପରେ ପରିବେଶ ଶାନ୍ତ ପଡ଼ିଥିଲା।

Advertisment

ଜଣେ ଅଭିଯୋଗକାରୀଙ୍କ କହିବା ଅନୁସାରେ ଆଜି ଜନ ଅଭିଯୋଗ ଶୁଣାଣି ହେବ ବୋଲି ପ୍ରଚାର ପ୍ରସାର କରାଯାଇନଥିଲା। ଯେଉଁଥିପାଇଁ ବେଶୀ ଲୋକ ଆସିପାରିନଥିଲେ। ତଥାପି ଯେଉଁମାନଙ୍କ ନାଁ ରେଜିଷ୍ଟ୍ରେସନ୍‌ ହୋଇଥିଲେ, ସେମାନଙ୍କ ଅଭିଯୋଗ ଶୁଣିଲେ ନାହିଁ ଜିଲ୍ଲାପାଳ ଓ ଏସ୍‌ପି। ପ୍ରଶାସନ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏପରି କରିଛି ବୋଲି ଅଭିଯୋଗକାରୀ କହିଛନ୍ତି।

ରିପୋର୍ଟ- ବାଙ୍କୀରୁ ସଞ୍ଜୀପ କୁମାର ନାୟକ

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe