ଶୁଦ୍ଧିକ୍ରିୟା ସରିଥିଲା ଆଉ ସାଙ୍ଗସାଥୀ ବନ୍ଧୁ ବାନ୍ଧବ, ସମସ୍ତେ ତାଙ୍କୁ ମନରୁ ପାଶୋରି ଦେଇଥିଲେ। ଦୀର୍ଘବର୍ଷ ପର୍ଯ୍ୟନ୍ତ ପୁଅର ବାଟ ଚାହିଁ ବସିଥିଲେ କିନ୍ତୁ ଆଉ ଫେରିଲେନି। ଶେଷରେ ହିନ୍ଦୁଧର୍ମର ରୀତିନୀତି ଅନୁସାରେ ତାଙ୍କର ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର ଲୋକେ। କିନ୍ତୁ 14/15 ବର୍ଷ ପରେ ଅଚାନକ ପୁଅ ଘରେ ପହଞ୍ଚିବା ପରେ ସମସ୍ତଙ୍କଖୁସି କହିଲେ ନ ସରେ।