/odisha-reporter/media/post_attachments/uploadimage/library/16_9/16_9_0/IMAGE_1734522090.jpg)
Pradhan Mantri Awas
ଦୁଇ ମାସରେ ସରିବ ଆବାସ ସର୍ଭେ। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି। ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି। ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି। ଆବାସ ପାଇବାରୁ କାହାକୁ ବାଦ ଦିଆଯିବ ନାହିଁ। ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।
Advertisment
ମନ୍ତ୍ରୀ ଶ୍ରୀ ନାଏକ ବିଭାଗୀୟ ଟ୍ରେନରମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି। ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି, ସେମାନଙ୍କୁ ସାମିଲ କରାଯାଉଛି। ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା। ସର୍ଭେକୁ ବିଭାଗ ଅଧିକ ଗୁରୁତ୍ୱ ଦେଉଛି। ମନ୍ତ୍ରୀମାନେ ଜିଲ୍ଲା ଗସ୍ତ ସମୟରେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
