Advertisment

ସୁଧୁରୁନି ଇସ୍କନ: ପୁଣି ଅବେଳରେ ଆୟୋଜନ କରିବାକୁ ଯାଉଛି ରଥଯାତ୍ରା

ଗଜଗତି ମହାରାଜାଙ୍କ ଏହି ବାର୍ତ୍ତା ପରେ ଇସ୍କନ ଇଣ୍ଡିଆ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ଯେଉଁ ତିଥିରେ ରଥଯାତ୍ରା ପଡ଼ୁଛି ସେହି ତିଥି ବ୍ୟତିରେକ ଅନ୍ୟ ସମୟରେ ରଥଯାତ୍ରା ନକରିବାକୁ ସଂକଳ୍ପ କରାଯାଇଥିଲା।

ISKCON

ISKCON

Advertisment

ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନ ଅପଚେଷ୍ଟା କରୁଛି। ଅଦିନରେ ରଥଯାତ୍ରା ନକରିବାକୁ ପୂର୍ବ ପ୍ରତିଶ୍ରୁତିରୁ ଓହରି ଏଥର ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ୯ ତାରିଖରେ ରଥଯାତ୍ରାର ଆୟୋଜନ କରିବାକୁ ଯାଉଛି ଇସ୍କନ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ବଦଳରେ ନିଜକୁ ସୁହାଉଥିବା ଯେ କୌଣସି ସମୟରେ ଇସ୍କନର ଏଭଳି ସ୍ନାନଯାତ୍ରା ଓ ରଥଯାତ୍ରାର ଆୟୋଜନକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା।

Advertisment

ଶ୍ରୀଜଗନ୍ନାଥଙ୍କ ମୂଳପୀଠର ବିଧିବିଧାନକୁ ଭୃକ୍ଷେପ ନକରି ବାରମ୍ବାର ଇସ୍କନର ଏଭଳି ଅଦିନିଆ ରଥଯାତ୍ରାର ଆୟୋଜନର ଅନେକ ଦୃଷ୍ଟାନ୍ତ ରହିଛି। ୨୦୨୦ ମସିହା ଜାନୁଆରୀରେ ସବୁ ବିରୋଧ ଓ ପ୍ରତିବାଦକୁ ଖାତିର ନକରି ଆଶାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଶ୍ରୀପଞ୍ଚମୀରେ ମୁମ୍ବାଇରେ ରଥଯାତ୍ରାର ଆୟୋଜନ କରିଥିଲା ଇସ୍କନ ସଂସ୍ଥା। ଏହା ପୂର୍ବରୁ ୨୦୦୭ ଅକ୍ଟୋବର ୬ ତାରିଖରେ ଲୁଧିୟାନା, ୨୦୦୭ ଡିସେମ୍ବର ୨୩ ତାରିଖରେ ଦିଲ୍ଲୀରେ ଅଦିନରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଥିଲା। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ଖୋଦ ଗଜପତି ମହାରାଜ ଇସ୍କନର ଏଭଳି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିରୋଧୀ କାର୍ଯ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିର୍ଦ୍ଧାରିତ ପୂଣ୍ୟତିଥି ବ୍ୟତିରକେ ଅନ୍ୟ ସମୟରେ ନକରିବାକୁ ଗତ ୨୦୧୯ ସେପ୍ଟେମ୍ବରରେ ଏକ ବାର୍ତ୍ତା ଦେଇଥିଲେ।

ଗଜଗତି ମହାରାଜାଙ୍କ ଏହି ବାର୍ତ୍ତା ପରେ ଇସ୍କନ ଇଣ୍ଡିଆ ପକ୍ଷରୁ ଏକ ପ୍ରସ୍ତାବ ଗ୍ରହଣ କରାଯାଇ ଯେଉଁ ତିଥିରେ ରଥଯାତ୍ରା ପଡ଼ୁଛି ସେହି ତିଥି ବ୍ୟତିରେକ ଅନ୍ୟ ସମୟରେ ରଥଯାତ୍ରା ନକରିବାକୁ ସଂକଳ୍ପ କରାଯାଇଥିଲା। ଏନେଇ ଗତ ୨୦୨୧ ଅଗଷ୍ଟ ମାସରେ ଇସ୍କନ ପକ୍ଷରୁ ଚିଠି ଲେଖି ଗଜପତି ମହାରାଜାଙ୍କୁ ଅବଗତ କରାଯାଇଥିଲା। ହେଲେ ଏହା ସତ୍ତ୍ୱେ ଇସ୍କନ ପକ୍ଷରୁ ପୁଣି କିଭଳି ଏଭଳି ଆସ୍ପର୍ଦ୍ଧା କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ତେବେ ଏନେଇ ସଂସ୍ଥାର ଅନ୍ତର୍ଜାତୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ପ୍ରତିକ୍ରିୟାରେ କହିଛି ଓଡ଼ିଶା ଇସ୍କନ ଶାଖା।

Ratha Yatra Iskcon Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe