Advertisment

ଭୁଆଁ ବୁଲାଉଛନ୍ତି ପାଣ୍ଡିଆନ ଓ ପ୍ରଣବ, ଅଭିଯୋଗ କଲା ଅଘରିଆ ମହାସମାଜ

ଅଖିଳ ଭାରତୀୟ ଅଘରିଆ ସମାଜକୁ ଭୁବନେଶ୍ୱର ପଟିଆରେ ଅଧ ଏକର ଜମି ସହ ୩ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଭୋଟ୍ ସରିବା ପରେ ସେହି ଜମି ଓ ଅନୁଦାନକୁ ଭୁବନେଶ୍ୱରର ଏକ ଅନୁଷ୍ଠାନରୁ ଦେଇଦେଲେ।

author-image
Jitendra Garnayak
Agharia Samaj

Agharia Samaj

ବିଜେଡି ନେତା ଭି. କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଅଘରିଆ ସମାଜର ଅଭିଯୋଗ। ଜମି ଦେବା ନାଁରେ ଏହି ଦୁଇ ନେତା ଭୁଆଁ ବୁଲାଉଥିବା ସାମ୍ବାଦିକ ସମ୍ମିଳନୀରେ କହିଛି ଅଖିଳ ଭାରତୀୟ ଅଘରିଆ ମହାସମାଜ।

Advertisment

ସଂଘ ଅଭିଯୋଗ କରିଛି, ଝାରସୁଗୁଡା ଉପନିର୍ବାଚନ ବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଅଘରିଆ ସମାଜର କର୍ମକର୍ତ୍ତାଙ୍କୁ ଡାକିଥିଲେ। ସେତେବେଳେ ଭୁବନେଶ୍ୱର କିମ୍ବା ପୁରୀରେ ଏକ ଭବନ ନିର୍ମାଣ ପାଇଁ ଦାବି କରିଥିଲେ ସେମାନେ। ଅଖିଳ ଭାରତୀୟ ଅଘରିଆ ସମାଜକୁ ଭୁବନେଶ୍ୱର ପଟିଆରେ ଅଧ ଏକର ଜମି ସହ ୩ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଭୋଟ୍ ସରିବା ପରେ ସେହି ଜମି ଓ ଅନୁଦାନକୁ ଭୁବନେଶ୍ୱରର ଏକ ଅନୁଷ୍ଠାନରୁ ଦେଇଦେଲେ। ଏନେଇ ବହୁ ଥର ଅଭିଯୋଗ ପରେ ମଧ୍ୟ ପାଣ୍ଡିୟାନ୍ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦେଉନଥିବା ଅଘରିଆ ସମାଜ ଅଭିଯୋଗ କରିଛି। ଏନେଇ ସେମାନେ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି। ଅଘରିଆ ମହାସମାଜର ଅଭିଯୋଗ ଉପରେ ବିଜେଡି କି ପ୍ରଣବ ପ୍ରକାଶ ଦାସ କିମ୍ବା ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।

Vk Pandian Pranab Prakash Das