Advertisment

ଶିମିଳିପାଳକୁ ଜଗିଛି AI; ନିଆଁ ଦେଖିଲେ ଦେଉଛି ତତ୍କାଳ ସୂଚନା

ଶିମିଳିପାଳରେ ଲାଗିଥିବା ୩୬୦ ଡିଗ୍ରୀ ବୁଲି ପାରୁଥିବା AI କ୍ୟାମେରା। ନିଆଁ ଲାଗିଥିବା ଅଞ୍ଚଳ ଉପରେ ଏହା କ୍ୟାମେରା ଜୁମ୍‌ କରି ଉକ୍ତ ଅଞ୍ଚଳର ସଠିକ ଭୌଗୋଳିକ ତଥ୍ୟ ପ୍ରଦାନ କରୁଛି।

Similipal National Park

Similipal National Park

Advertisment

ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଏବେ ଶିମିଳିପାଳ ଅଭୟାରଣ୍ୟରେ ଜଙ୍ଗଲ ନିଆଁ ଉପରେ ନଜର ରଖିଛି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(AI)। ନିଆଁ ଲାଗିବା ମାତ୍ରେ ବନ ବିଭାଗକୁ ତତ୍କାଳ ଖବର ଦେଉଛି। ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ।

Advertisment

ଶିମିଳିପାଳରେ ଲାଗିଥିବା ୩୬୦ ଡିଗ୍ରୀ ବୁଲି ପାରୁଥିବା AI କ୍ୟାମେରା। ନିଆଁ ଲାଗିଥିବା ଅଞ୍ଚଳ ଉପରେ ଏହା କ୍ୟାମେରା ଜୁମ୍‌ କରି ଉକ୍ତ ଅଞ୍ଚଳର ସଠିକ ଭୌଗୋଳିକ ତଥ୍ୟ ପ୍ରଦାନ କରୁଛି। ଯାହାଫଳରେ ବନ କର୍ମଚାରୀ GPS ବ୍ୟବହାର କରି ତତ୍କାଳ ନିଆଁ ଲାଗିଥିବା ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରି ପାରୁଛନ୍ତି। ସେଥିପାଇଁ ଏ ବର୍ଷ ଶିମିଳିପାଳରେ ନିଆଁ ସଂଖ୍ୟା କମ୍‌ ରହିଛି। ଏବେ ଏହା ଶିମିଳିପାଳରେ ପରୀକ୍ଷାମୂଳକ ଭାବେ ୬ଟି AI କ୍ୟାମେରା ଜରିଆରେ କାର୍ଯ୍ୟକାରୀ କରାଯାଉଛି। ଏହା ସଫଳ ହେଲେ ଆଗାମୀ ଦିନରେ ସାତକୋଶିଆ ଅଭୟାରଣ୍ୟ ସମେତ ରାଜ୍ୟରେ ଅଧିକ ନିଆଁ ଲାଗୁଥିବା ଜଙ୍ଗଲରେ AIର ସହାୟତା ନିଆଯିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି।

Baripada Similipal National Park
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe