Advertisment

ଏମ୍‌ସ ଭୁବନେଶ୍ୱରରେ ଲୋ’ ଭିଜନ୍‌ କ୍ଲିନିକ୍‌ ଲୋକାର୍ପିତ

ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଲୋକାର୍ପିତ ହୋଇଛି ‘ଲୋ ଭିଜନ କ୍ଲିନିକ୍‌’।

AIIMS

AIIMS

Advertisment

ଆଖିର ଦୃଷ୍ଟି ଶକ୍ତି କମିଯାଇଛି। ଯେଉଁଥିପାଇଁ ଦୈନନ୍ଦିନ ଜୀବନରେ ଦେଖିବାରେ ଆସୁବିଧା ହେଉଛି। ଏକାଧିକ ପ୍ରତିବନ୍ଧକ ଓ ପ୍ରତିଘାତ କାରଣରୁ ନିରାଶ ହୋଇପଡ଼ିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏମ୍‌ସ ଭୁବନେଶ୍ୱର ଆଣିଛନ୍ତି ଆଶାର କିରଣ। ଦୃଷ୍ଟି ଶକ୍ତି ଦୁର୍ବଳ ହେତୁ ପ୍ରାୟ ଆଶା ହରାଇଥିବା ରୋଗୀଙ୍କ ଜୀବନକୁ ଆଲୋକିତ କରିବା ପାଇଁ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଲୋକାର୍ପିତ ହୋଇଛି ‘ଲୋ ଭିଜନ କ୍ଲିନିକ୍‌’। ଏହି ବିଶେଷ ଭିଜନ କ୍ଲିନିକ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟି ଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ।

Advertisment

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କ୍ଲିନିକ୍‌କୁଆଜି ଉଦ୍‌ଘାଟନ କରିଛନ୍ତି। ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀର ଡ. ପ୍ରବୀଣ ବଶିଷ୍ଟ, ଏମ୍‌ସ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିନ୍‌ ଡ. ପ୍ରଶାନ୍ତ ରାଘବ ମହାପାତ୍ରଙ୍କ ଉପସ୍ଥିତିରେ ଏହି କ୍ଲିନିକର ଶୁଭାରମ୍ଭ ହୋଇଯାଇଛି।

ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନୂଆଦିଲ୍ଲୀ ଓ ଜର୍ମାନୀର କ୍ରିଷ୍ଟୋଫେଲ୍ ବ୍ଲିଣ୍ଡେନ୍ ମିସନ୍ (ସିବିଏମ୍)ର ସହଯୋଗରେ ସ୍ଥାପିତ ଏହି କ୍ଲିନିକ୍‌ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟର ରୋଗୀଙ୍କ ପାଇଁ କାର୍ଯ୍ୟ କରିବ। ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଦୈନିକ କାର୍ଯ୍ୟକ୍ଷମ ଏହି କ୍ଲିନିକ୍‌ ଆବଶ୍ୟକ କରୁଥିବା ଲୋକଙ୍କୁ ଦୃଷ୍ଟିଶକ୍ତି ପୁନର୍ବାସ ସେବା ପ୍ରଦାନ କରିବାରେ ସହାୟକ ହେବ ଯାହାକି ସେମାନଙ୍କର ସାଧାରଣ ଜୀବନଯାପନ ପ୍ରଣାଳୀକୁ ସ୍ୱାଭାବିକ କରିବ।

Advertisment

ଚକ୍ଷୁ ବିଭାଗର ଏପରି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ କ୍ଲିନିକର ଦୂରଦର୍ଶୀ ପ୍ରଭାବ ଉପରେ ମତ ରଖିଥିଲେ। ନିୟମିତ ରୋଗୀ ପରାମର୍ଶ ଉପରେ ଗୁରୁତ୍ୱ ଦେବା ସହିତ ଏମ୍‌ସ ନୂଆଦିଲ୍ଲୀକୁ "ରୋଶ୍‌ନି" ପ୍ରକଳ୍ପ ଅଧୀନରେ ସହାୟତା ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଯୋଜନା ମାଧ୍ୟମରେ ଦେଶର ବିଭିନ୍ନ ଏମ୍‌ସ ତଥା ପ୍ରତିଷ୍ଠିତ ଚକ୍ଷୁ ସେବା ପ୍ରତିଷ୍ଠାନରେ ଏପରି କ୍ଲିନିକ ସ୍ଥାପନ ହେଉଛି।

ରୋଗୀ କଲ୍ୟାଣ ଉପରେ ଏହାର ପ୍ରଭାବକୁ ପ୍ରକାଶ କରିବା ସହିତ ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗ ମୁଖ୍ୟ ଡ. ସୁଚେତା ପରିଜା ଏହି କ୍ଲିନିକ୍‌ର କାର୍ଯ୍ୟକ୍ଷମତା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏହି କ୍ଲିନିକରୁ ବର୍ତ୍ତମାନ ସୁଦ୍ଧା ୭୫ରୁ ଅଧିକ ରୋଗୀ ଉପକୃତ ହୋଇ ସାରିଲେଣି। ଆଗାମୀ ଦିନରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଦୃଷ୍ଟି ପୁନର୍ବାସ ନିମନ୍ତେ ବିଭିନ୍ନ ଦୃଷ୍ଟିହୀନ ବିଦ୍ୟାଳୟ ଗୁଡ଼ିକ ସହିତ ବୁଝାମଣା କରାଯିବ। ସେହିପରି ତୃଣମୂଳସ୍ତରରେ ପ୍ରାଥମିକ ଚକ୍ଷୁ ଚିକିତ୍ସା ପ୍ରଦାନ ନିମନ୍ତେ ଆଶା କର୍ମୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ମଧ୍ୟ ଯୋଜନା ରହିଥିବା ଡ. ପରିଜା ସୂଚନା ଦେଇଛନ୍ତି।

ଆଜିର ଲୋକାର୍ପଣ କାର୍ଯ୍ୟକ୍ରମରେ ସିଏମ୍‌ଏଫଏମ୍‌ ବିଭାଗ ମୁଖ୍ୟ ଡ. ସୋନୁ ସୁବା, ଫିଜିଓଲୋଜି ବିଭାଗ ମୁଖ୍ୟ ଡ. ପ୍ରଣତୀ ନନ୍ଦ, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ମୁକୁନ୍ଦ ସାହୁ, ଡ. ଭାଗବତ ନାୟକ, ଡ. ପ୍ରିୟଦର୍ଶିନୀ ମିଶ୍ର, ଡ. ସନ୍ଦିପ ସାହୁ, ଡ. ବୃତେନ୍ଦୁ ମହାରଣା, ଡ. ବିଜ୍ଞା ପଣ୍ଡା, ରେସିଡେଣ୍ଟ୍‌ ଡାକ୍ତର, ନର୍ସିଂ ଅଧିକାରୀ, କର୍ମଚାରୀ ଏବଂ ସ୍ୱଳ୍ପ ଦୃଷ୍ଟିଶକ୍ତି ରୋଗୀ ପ୍ରମୁଖ ଉପସ୍ଥିତ ଥିଲେ।

Bhubaneswar Bhubaneswar News AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe