ଭବାନୀପାଟଣାରୁ ଉଡ଼ାଣ କରିବ ବିମାନ, ମିଳିଲା ଡିଜିସିଏ ଅନୁମତି

ଡିଜିସିଏ ଆଂଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ମୁଖ୍ୟ ବେସାମରିକ ବିମାନ ଚଳାଚଳ ସୁରକ୍ଷା ଅଧିକାରୀ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ନୋଡାଲ କର୍ତ୍ତୃପକ୍ଷ ଓ ସିଆଇଏସଏଫର ଅଧିକାରୀଙ୍କ ଏକ ଟିମ୍ ଗତମାସ ୧୭-୧୮ତାରିଖରେ ଉତକେଲା

Representative image

  • Published: Monday, 07 August 2023
  • , Updated: 07 August 2023, 10:40 PM IST

କଳାହାଣ୍ଡିର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଚଳାଚଳ କରିବାର ମାର୍ଗ ପ୍ରଶସ୍ତ ହୋଇଛି । କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ବ୍ୟବସାୟିକ ବିମାନ ଚଳାଚଳ ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଡିଜିସିଏ ଆଂଚଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ମୁଖ୍ୟ ବେସାମରିକ ବିମାନ ଚଳାଚଳ ସୁରକ୍ଷା ଅଧିକାରୀ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ନୋଡାଲ କର୍ତ୍ତୃପକ୍ଷ ଓ ସିଆଇଏସଏଫର ଅଧିକାରୀଙ୍କ ଏକ ଟିମ୍ ଗତମାସ ୧୭-୧୮ତାରିଖରେ ଉତକେଲା ବିମାନ ବନଦର ଗସ୍ତ କରି ସେଠାରେ ରାଜ୍ୟ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଯାଂଚ କରିଥିଲେ । ଏହି ବିମାନ ବନ୍ଦରରେ ଥିବା ବିଭିନ୍ନ ସୁବିଧାସୁଯୋଗକୁ ଦୃଷ୍ଟିରେ ରଖି ୨ବି ଲାଇସେନ୍ସ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ ଡିଜିସିଏର ଦିଲ୍ଲୀ ଓ ଭୁବନେଶ୍ୱରର ଏକ ଟିମ୍ ବିମାନ ବନ୍ଦରର ସ୍ଥିତି ଏବଂ ଭୁବନେଶ୍ୱର ଓ ଭବାନୀପାଟଣା ମଧ୍ୟରେ ବିମାନ ଚଳାଚଳ ପ୍ରସ୍ତାବର ଅନୁଧ୍ୟାନ କରିଥିଲେ । ଡିଜିସିଏଙ୍କ ଅନୁମତି ପରେ ଏବେ ରାଜଧାନୀ ଭୁବନେଶ୍ୱର ଓ କଳାହାଣ୍ଡି ମଧ୍ୟରେ ବିମାନ ଚଳାଚଳ ସମ୍ଭବପର ହୋଇପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ବିମାନ ଚଳାଚଳ ପାଇଁ ମିଳିଥିବା ଅନୁମତି ନେଇ ଖୁସି ବ୍ୟକ୍ତ କରିଛନ୍ତି । ଏହା ଦ୍ୱାରା ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୃଢ଼ ହେବ ବୋଲି ସେ କହିଛନ୍ତି ।

Related story