ମଦ୍ୟପାନ କରି ଗାଡ଼ି ଚଳାଉଥିବା ‘ମୋ ବସ୍’ ଡ୍ରାଇଭରଙ୍କ ବିରୋଧରେ ଆକ୍ସନ ମୋଡରେ କ୍ରୁଟ୍ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରିଛି କ୍ରୁଟ୍। ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କ୍ରୁଟ୍ କହିଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଥିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ। ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍।
Also Read
ବିଭିନ୍ନ ସମୟରେ ‘ମୋ ବସ୍’ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ନାନା ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସୁଛି। ଏପରିକି ଧନଜୀବନ ବି ଯାଉଛି।ବାରମ୍ବାର ଏଭଳି ଅଘଟଣ ପରେ କ୍ରୁଟ୍ ଆକ୍ସନ ମୋଡକୁ ଆସିଥିବା କୁହାଯାଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନେଲେ ଶିଳ୍ପ ପାଇଁ, କଲେ ଆପାର୍ଟମେଣ୍ଟ
୫ ଏକର ଶିଳ୍ପ ଜମିକୁ ଘରବାରି କିସମରେ ପରିବର୍ତ୍ତନ କରିଦେବା ଘଟଣା। ରାଜସ୍ୱ ବିଭାଗ ନିର୍ଦ୍ଦେଶ ପରେ ବି ମାମଲା ରୁଜୁ କରୁନାହାନ୍ତି ଜିଲ୍ଲାପାଳ।
Miscellaneous
‘ରାଷ୍ଟ୍ରବାଦୀ ନେତା ଥିଲେ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ’
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ମହାସମାରୋହ ପାଳିତ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Miscellaneous
୧୦ ଟଙ୍କାରେ ପାଇଲସ୍ ଭଲ ହୋଇଯିବ!
ବଡ଼ମ୍ବାରୁ ଆସିଥିବା ସତିଆ ମଉସା କଟକ ବାଲିଯାତ୍ରାରେ ବିକ୍ରି କରୁଛନ୍ତି ଏହି କାଠି।
Miscellaneous
ଆସନ୍ତାକାଲି ଭାଙ୍ଗାଯିବନି ବୈକୁଣ୍ଠଧାମ ଆଶ୍ରମ
ବୈକୁଣ୍ଠଧାମ ଆଶ୍ରମରେ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ସେଥିପାଇଁ ଭକ୍ତଙ୍କ ପ୍ରବଳ ଭିଡ ଜମୁଥିଲେ।
Miscellaneous
ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ
ଆଗାମୀ ୫ ବର୍ଷରେ ମଧୁର ମାଛ ରପ୍ତାନି ପାଇଁ ଟାର୍ଗେଟ ରଖାଯାଇଛି। ଏଥିପାଇଁ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। ବର୍ତ୍ତମାନ ରାଜ୍ୟରେ ୧୧.୫ ଲକ୍ଷ ମେଟ୍ରିକ୍ ଟନ ମଧୁର ମାଛ ଉତ୍ପାଦନ ହେଉଛି।