/odisha-reporter/media/post_attachments/uploadimage/library/16_9/16_9_0/Bus_stand_1679030963.jpg)
Bus
ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦିଆଗଲା ସୂଚନା। ପୁରୀରେ ବସିଥିବା ବସ୍ ମାଲିକ ସଂଘ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ।
Advertisment
ଅନ୍ୟପକ୍ଷରେ ଆନ୍ଦୋଳନ ବନ୍ଦ ହେବନି କହିଛନ୍ତି ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସେ କହିଛନ୍ତି, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏଁ ଆନ୍ଦୋଳନ ବନ୍ଦ ହେବନି। ଆନ୍ଦୋଳନରେ ସାମିଲ୍ ହେବାକୁ ୩୦ ଜିଲ୍ଲାର ଡ୍ରାଇଭରଙ୍କୁ ଅନୁରୋଧ କରୁଛି। ରାଜରାସ୍ତାରେ ବିଶୃଙ୍ଖଳା କିମ୍ବା ଗାଡ଼ି ଅଟକାଇଲେ ସରକାର ଆକ୍ସନ ନେଇପାରନ୍ତି। ତେଣୁ ଆମେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା, ଆନ୍ଦୋଳନ ବନ୍ଦ ହେବନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
