Advertisment

ଜୁନ୍ ୩୦ ଯାଏଁ ସମସ୍ତ ସରକାରୀ ଛୁଟି ବାତିଲ୍

ନୂଆ ସରକାର ଗଠନ ହେଉଥିବାରୁ ସରକାରୀ କର୍ମଚାରୀଙ୍କ ଛୁଟ୍ ବାତିଲ୍ କରାଯାଇଛି।

Odisha LokaSeba Bhavan

Odisha LokaSeba Bhavan

Advertisment

ଜୁନ୍‌ ୩୦ ଯାଏଁ ଛୁଟି ନେଇ ପାରିବେନି ସରକାରୀ କର୍ମଚାରୀ। ଛୁଟି ଦିନରେ ବି ଜାରି ରହିବ କାର୍ଯ୍ୟ। ଏନେଇ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି।

Advertisment

ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ନୂଆ ସରକାର ଗଠନ ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ଯ୍ୟକ୍ରମ ଚାଲିବ। ତେଣୁ ୩୦ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏଥିସହ ଅଧିକାରୀମାନଙ୍କୁ ହେଡ୍‌କ୍ୱାର୍ଟର ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନରହିବାକୁ କୁହାଯାଇଛି।କେବଳ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଛୁଟି ମିଳିବ ବୋଲି ଉଲ୍ଲେଖ କରାଯାଇଛି। 

Advertisment
Public Holiday Public Holiday Cancel
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe