Advertisment

ସରକାରଙ୍କ ଦୃଢ଼ୋକ୍ତି : ଗ୍ରାମାଂଚଳର ସବୁ ପରିବାରକୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ

ଗ୍ରାମାଂଚଳର ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଭଳି ଦମ୍ଭୋକ୍ତି ବାଢ଼ିଛନ୍ତି ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍।

Drinking water

Drinking water

Advertisment

ରାଜ୍ୟର ଗ୍ରାମାଂଚଳରେ ପାନୀୟ ଜଳ ସମସ୍ୟା ନାହିଁ। ଗ୍ରାମାଂଚଳର ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଭଳି ଦମ୍ଭୋକ୍ତି ବାଢ଼ିଛନ୍ତି ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍। ତା’ପୁଣି ବିଧାନସଭାରେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଅମାତ୍ ଏହା କହିଛନ୍ତି। ତେବେ ରାଜ୍ୟର ଅଧିକାଂଶ ଅଂଚଳରେ ଓ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଂଚିତ ଥିବାବେଳେ ବିଭାଗୀୟ ମନ୍ତ୍ରୀ କେଉଁ ତଥ୍ୟ ଆଧାରରେ ଏଭଳି ଦୃଢ଼ୋକ୍ତି ବ୍ୟକ୍ତ କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏବେବି ରାଜ୍ୟର କିଛି ଅଂଚଳରେ ଲୋକେ ଲୁଣା ପାଣି ଓ ଝରଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।

Advertisment

ମନ୍ତ୍ରୀ ଶ୍ରୀ ଅମାତ୍ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟର ଗ୍ରାମାଂଚଳରେ ଥିବା ସମସ୍ତ ୮୮ଲକ୍ଷ ୬୩ହଜାର ୨୦୭ଟି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଅଦ୍ୟାବଧି ରାଜ୍ୟର ୫୯ଲକ୍ଷ ୬୯ହଜାର ୪୯ଟି ପରିବାରକୁ ଟ୍ୟାପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଅବଶିଷ୍ଟ ପରିବାରକୁ ପାଇପ ଜଳ ଯୋଗାଣ ପ୍ରକଳ୍ପ, ନଳକୂପ, ପରିମଳକୂପ, ସୌରଶକ୍ତି ଭିତ୍ତିକ ଜଳଯୋଗାଣ ପ୍ରକଳ୍ପ ଓ ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ଆଦିବାସୀବହୁଳ କୋରାପୁଟ ଜିଲ୍ଲାରେ ଥିବା ମୋଟ ୩ଲକ୍ଷ ୨୪ହଜାର ୨୯୧ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଥିରୁ ୫୬.୫୧ ପ୍ରତିଶତ ପରିବାର ଟ୍ୟାପ୍ ଯୋଗୋ ପାନୀୟ ଜଳ ପାଉଛନ୍ତି। ଏହି ଜିଲ୍ଲାର ଅବଶିଷ୍ଟ ପରିବାରକୁ ପାଇପ ଜଳ ଯୋଗାଣ ପ୍ରକଳ୍ପ, ନଳକୂପ, ପରିମଳକୂପ, ସୌରଶକ୍ତିଭିତ୍ତିକ ଜଳଯୋଗାଣ ପ୍ରକଳ୍ପ ଓ ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏହି ଜିଲ୍ଲାରେ କାର୍ଯ୍ୟକ୍ଷମ ଥିବା ପାଇପ ଜଳଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ କ୍ଷୁଦ୍ର ମରାମତି କାର୍ଯ୍ୟ ପଂଚାୟତସ୍ତରରେ ମରାମତି ହେଉଛି। ବଡ଼ ମରାମତି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ଠିକାଦାରଙ୍କ ଦ୍ୱାରା କରାଯାଇ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ସଚଳ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି।

Advertisment

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ଉପକୂଳ ଅଂଚଳରେ ଏବେବି ଲୋକେ ଲୁଣା ପାଣି ପିଇବାକୁ ବାଧ୍ୟ ହେଉଥିବାବେଳେ କିଛି ଅଂଚଳରେ ଲୋକେ ନଦୀ-ପୋଖରୀ ଓ ଝରଣା ପାଣି ଉପରେ ନିର୍ଭରଶୀଳ ରହିଛନ୍ତି। ଏସବୁ ବର୍ଗର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନଥିଲେ ମଧ୍ୟ ବିଭାଗୀୟ ମନ୍ତ୍ରୀ କିଭଳି ଏପରି ଦାବି(ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି) କରୁଛନ୍ତି ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Drinking Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe