ଓଡ଼ିଶାର ମଦଭାଟିରୁ ଜବତ ସବୁଟଙ୍କା ଆମ ପରିବାରର, ମୁହଁ ଖୋଲିଲେ ସାଂସଦ ଧୀରଜ ସାହୁ

ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଆୟକର ବିଭାଗ ଚଢ଼ଉ କରି ୩୫୧କୋଟି ଟଙ୍କା ନଗଦ ଜବତ କରିବାପରେ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ । ଓଡ଼ିଶାର ମଦଭାଟିରୁ ଆୟକର ବିଭାଗ ଯେଉଁ ଟଙ୍କା ପାଇଛି ତାହା ତାଙ୍କ ପରିବାର ସଦସ୍ୟଙ୍କର।

ସାଂସଦ ଧୀରଜ ସାହୁ

  • Published: Friday, 15 December 2023
  • , Updated: 15 December 2023, 10:50 PM IST

ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଆୟକର ବିଭାଗ ଚଢ଼ଉ କରି ୩୫୧କୋଟି ଟଙ୍କା ନଗଦ ଜବତ କରିବାପରେ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ । ଓଡ଼ିଶାର ମଦଭାଟିରୁ ଆୟକର ବିଭାଗ ଯେଉଁ ଟଙ୍କା ପାଇଛି ତାହା ତାଙ୍କ ପରିବାର ସଦସ୍ୟଙ୍କର। ଏସବୁ ଟଙ୍କାର ଟିକିନିଖି ହିସାବ ଆୟକର ବିଭାଗକୁ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହିତ ଗତ ଡିସେମ୍ବର ୬ତାରିଖରୁ ସାହୁ ବ୍ରଦର୍ସଙ୍କ ବ୍ୟବସାୟିକ ଫାର୍ମ ଉପରେ ଚାଲିଥିବା ଆୟକର ଚଢ଼ଉ ଆଜି ଭୋରରୁ ସମାପ୍ତ ହୋଇଥିବା ଜଣାପଡ଼ିଛି । ଆୟକର ବିଭାଗ ମଧ୍ୟ ମୋଟ ୩୫୧କୋଟି ଟଙ୍କା ନଗଦ ଜବତ କରିଥିବା ନେଇ ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି)କୁ ଅନ୍ତରୀଣ ରିପୋର୍ଟ ଦେଇଛି ବୋଲି ଚର୍ଚ୍ଚା ହେଉଛି ।

ଆଜି ଝାଡ଼ଖଣ୍ଡରୁ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁ ଏହି ଆୟକର ଚଢ଼ଉ ପରେ ଗଣମାଧ୍ୟମକୁ ପ୍ରଥମଥର ପାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ଯାହା ସବୁ ଚାଲିଛି ତାହା ତାଙ୍କୁ କଷ୍ଟ ଦେଇଛି । ଯେଉଁ ଟଙ୍କା ମିଳିଛି ସେସବୁ ତାଙ୍କ ଫାର୍ମର ବୋଲି ସେ ସ୍ୱୀକାର କରୁଛନ୍ତି । ଯେଉଁ ନଗଦ ଟଙ୍କା ଜବତ ହୋଇଛି ତାହା ତାଙ୍କ ମଦ ଫାର୍ମର ଟଙ୍କା । ମଦ ବିକ୍ରି ସହ ଜଡ଼ିତ ଥିବା ଏହି ଟଙ୍କା କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୀତିକ ଦଳର ନୁହେଁ । ମିଳିଥିବା ଟଙ୍କା ମୋ’ ନିଜର ନୁହେଁ । ଏହା ଆମ ପରିବାରର ଓ ଅନ୍ୟ ସମ୍ବର୍ଦ୍ଧିତ ଫାର୍ମର ବୋଲି ସେ କହିଛନ୍ତି । ଏବେ ଆୟକର ବିଭାଗ ଚଢ଼ଉ କରିଛି । ପ୍ରତ୍ୟେକ ଟଙ୍କାର ହିସାବ ଦିଆଯିବ ।

ସେ ନିଜ ଭାଇଙ୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଆମେମାନେ ବହୁତ ବିକାଶମୂଳକ କାର୍ଯ୍ୟ କରିଛୁ । ରାଂଚି, ଲୋହରଦଙ୍ଗା ଅବା ଓଡ଼ିଶା ସବୁଠି ଆମ ପରିବାର ବହୁତ କିଛି କାର୍ଯ୍ୟ କରିଛି । ଆମ ପିତା ସ୍ୱର୍ଗତ ରାୟସାହବ ବଳଦେବ ସାହୁ ମଧ୍ୟ ସମାଜ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ସ୍କୁଲ-କଲେଜ ଖୋଲିଛନ୍ତି । ଏବେ ଆମ ସହ ଯାହା ହୋଇଛି ତାହା ଆମ ସମସ୍ତଙ୍କୁ ଖରାପ ଲାଗୁଛି ।
ତେବେ ଏତିକି ଜୋର ଦେଇ କହିପାରିବି ଯେ, ଯେତିକି ଟଙ୍କା ଆୟକର ବିଭାଗ ଜବତ କରିଛି ସେସମସ୍ତ ଟଙ୍କା ତାଙ୍କ ଫାର୍ମର । ମଦ ବ୍ୟବସାୟରେ ଆମ ପରିବାର ୧୦୦ବର୍ଷରୁ ଅଧିକ ଦିନ ଧରି ରହିଛି । ସମସ୍ତ ସୂଚନା ଆୟକର ବିଭାଗକୁ ଦିଆଯିବ ।

ସୂଚନାଯୋଗ୍ୟ, ସାହୁ ବ୍ରଦର୍ସ ପରିବାରର ମାଲିକାନାରେ ଥିବା ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ସହ ଜଡ଼ିତ ୭ଟି ସ୍ଥାନରେ ଆୟକର ବିଭାଗ ଚଢ଼ଉ ହୋଇଥିଲା । ଡିସେମ୍ବର ୬ରୁ ଆରମ୍ଭ ହୋଇଥିବା ଏହି ଚଢ଼ଉ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ପ୍ରାୟ ୩୦-୩୪ଟି ସ୍ଥାନରେ ଅନେକ ସ୍ଥାନରେ ହୋଇଛି । ବହୁ ପରିମାଣର ଆୟବର୍ହିଭୁତ ସମ୍ପତ୍ତି ମିଳିଛି । କର୍ମଚାରୀ ଓ ସାକ୍ଷୀଙ୍କ ବୟାନ ରେକର୍ଡ ଓ ସ୍ୱୀକାରୋକ୍ତି ସହ ଏହି ଚଢ଼ଉ ଖୁବଶୀଘ୍ର ଶେଷ ହୋଇଛି । ମୋଟ ୩୫୧କୋଟି ଟଙ୍କା ସହ ୩କିଲୋ ଓଜନର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଏହି ଜବତ ଟଙ୍କା ଭିତରୁ ବଲାଙ୍ଗିରର ସୁଦୁପଡ଼ାଠାରେ ଥିବା ମଦ ଭାଟିରୁ ପ୍ରାୟ ୯୦ ପ୍ରତିଶତ ଟଙ୍କା ଜବତ ହୋଇଛି ।

Related story