Advertisment

ସ୍ୱାମୀ ବଞ୍ଚି ଥାଉ ଥାଉ ବୁଢ଼ିମାଉସୀଙ୍କୁ ବିଧବା ସଜେଇ ଦେଲେ ସରକାର

ବୁଢ଼ିମାଉସୀଙ୍କ ସ୍ୱାମୀ ମୃତ ବୋଲି ରାଜ୍ୟ ସରକାରଙ୍କ ଅତି ଲୋକପ୍ରିୟ ‘ଆମ ଓଡ଼ିଶା ନବୀନ ଓଡିଶା’ର ବୁକଲେଟରେ ପ୍ରକାଶ କଲେ

author-image
Biswajit Samal
ଅଦ୍ୟତନ ହୋଇଛି
Old Man

Old Man

ସ୍ୱାମୀ ବଞ୍ଚି ଥାଉ ଥାଉ ସ୍ତ୍ରୀଙ୍କୁ ବିଧବା ସଜେଇ ଦେଲେ ସରକାର। ବୁଢ଼ିମାଉସୀଙ୍କ ସ୍ୱାମୀ ମୃତ ବୋଲି ରାଜ୍ୟ ସରକାରଙ୍କ ଅତି ଲୋକପ୍ରିୟ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ର ବୁକଲେଟରେ ପ୍ରକାଶ କଲେ। ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ବୁଢ଼ିମାଉସୀ ତେଜକୁଅଁର ପଟେଲ। ଆଉ ମନଦୁଃଖରେ କହିଛନ୍ତି, ମୋ ସ୍ୱାମୀ ବଞ୍ଚିଛନ୍ତି। ମୋତେ ବିଧବା କରିଦେଲେ...। ଏପରି ଅଭିଯୋଗ ଆସିଛି ବରଗଡ଼ ଜିଲ୍ଲାରୁ।

Advertisment

ଦର୍ଲିପାଲି ଗାଁରେ ବାସ କରନ୍ତି ବୃଦ୍ଧା ତେଜକୁଅଁର ପଟେଲ। ତାଙ୍କର ବୟସ ପ୍ରାୟ ୭୦ ହେବ। ମୁଣ୍ଡରେ ଚୁଟି ପାଚିଯାଇଛି। ତଥାପି ବୁଢ଼ିମାଉସୀ ସୁସ୍ଥ ଓ ସବଳ ଅଛନ୍ତି। ଆଉ ସାତ ଜନମର ସାଥୀ ଏବେ ମଧ୍ୟ ତାଙ୍କ ପାଖରେ ଅଛନ୍ତି। ହେଲେ ସେ ଶଯ୍ୟାଶାୟୀ। ସେ ପରାଲିସିସ୍ ରୋଗରେ ଆକ୍ରାନ୍ତ ହୋଇ ବେଡ଼ରେ ପଡ଼ିଛନ୍ତି। ତାଙ୍କର ସେବା କରୁଛନ୍ତି ବୁଢ଼ିମାଉସୀ ତେଜକୁଅଁର। ସ୍ୱାମୀଙ୍କ ଏପରି ଦୁଃଖର ସମୟରେ ରାଜ୍ୟ ସରକାରଙ୍କ ପୋଷ୍ଟକୁ ନେଇ ଭାଙ୍ଗି ପଡ଼ିଛନ୍ତି ବୁଢ଼ିମାଉସୀ।

ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ବୁକଲେଟରେ ତେଜକୁଅଁର ବିଧବା ବୋଲି ପ୍ରକାଶ ପାଇଛି। ନିଜ ହାତରେ ସେଇ ବୁକଲେଟକୁ ଦେଖି ଭାବବିହ୍ୱଳ ହୋଛନ୍ତି। ଆଉ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି ତେଜକୁଅଁର।

Advertisment

‘ଆମ ଓଡିଶା ନବୀନ ଓଡିଶା’ ବୁକଲେଟରେ ପ୍ରକାଶ ପାଇଛି, ‘ବରଗଡ଼ ଜିଲ୍ଲା ବଡ଼ଦର୍ଲିପାଲି ଗ୍ରାମର ତେଜକୁଅଁର ପଟେଲ କହନ୍ତି ମୁଁ ଜଣେ ବିଧବା ମହିଳା। ମୋର ଶରୀର ଅସୁସ୍ଥ ହେବା ଜାଣିବା ପରେ ଉପାୟ ଶୂନ୍ୟ ହୋଇପଡ଼ିଲି। (BSKY) କାର୍ଡ ଯୋଗୁଁ ଏକ ଘରୋଇ ଡାକ୍ତରଖାନା, ବରଗଡ଼ ଠାରେ ମୋର ମଗଣା ଚିକିତ୍ସା ହେଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟି ପଣାମ’।

Old man ବୁଢିମାଉସୀ ତେଜକୁଅଁର

ବୁକଲେଟକୁ ନେଇ ତେଜକୁଅଁର କହିଛନ୍ତି, କିଛି ଦିନ ତଳେ ରୁଚିଦା ପଞ୍ଚାୟତରେ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ହୋଇଥିଲା। ସେଠାରେ ଆୟୋଜିତ ସଭାରେ ସବୁ ମହିଳାଙ୍କୁ ବୁକଲେଟ ବଣ୍ଟାଯାଇଥିଲା। ସେଥିରେ ନିଜର ବିଧବା ହୋଇଥିବା ଖବର ଦେଖି ବିସ୍ମିତ ହୋଇଥିଲେ।

ରିପୋର୍ଟ – ବରଗଡ଼ରୁ ଧର୍ମଦତ୍ତ ପାଢୀ

BSKY Ama Odisha-nabin Odisha