Advertisment

ଆମ୍ବୁଲାନ୍ସ ଆସିପାରିଲାନି ଗାଁକୁ, ୨କି.ମି ବୋହିଲେ ରୋଗୀକୁ

ଗାଁକୁ ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରିନଥିଲା

author-image
Biswajit Samal
ଅଦ୍ୟତନ ହୋଇଛି
Ambulance

Ambulance

ଗାଁକୁ ଅସିପାରିଲାନି ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହା ହେଲେ ରୋଗୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଗାଡ଼ିଆ ଗ୍ରାମରେ।

Advertisment

ଗାଡ଼ିଆ ଗାଁର ଗୋପୀନାଥ ପ୍ରଧାନ (୬୦) ଗତକାଲି ରାତିରେ ନିଜ ଘର ଛାତ ଉପରେ ଶୋଇଥିଲେ। ନିଦ ବାଉଳାରେ ଛାତ ଉପରୁ ତଳକୁ ପଡ଼ି ଗୁରୁତର ଆହାତ ହୋଇ ଯାଇଥିଲେ। ଗୁରୁତର ଅବସ୍ତାରେ ପରିବାର ଲୋକ ଗୋପୀନାଥଙ୍କୁ ଉଦ୍ଧାର କରିଥିଲେ। ଗାଡ଼ିଆ ଗାଁରେ ମୋବାଇ ସେବା ପହଞ୍ଚି ନଥିବାରୁ ରାତିରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ହୋଇନଥିଲା। ଆଉ ଜଙ୍ଗଲ ରାସ୍ଥାରେ ଗାଁରୁ ଡାକ୍ତରଖାନା ଆଣିବାବି ସମ୍ଭବ ନଥିଲା।

ସକାଳେ ହେବା ମାତ୍ରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ଲୋକ। ଆମ୍ବୁଲାନ୍ସ ଠିକ୍‌ ସମୟରେ ଆସି ଯାଇଥିଲା ହେଲା ଗାଁକୁ ରାସ୍ତା ନଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଆସି ପାରିନଥିଲା। ୨ କିଲୋମିଟର ଦୂରରେ ଜଙ୍ଗଲ ଭିତରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ପରିବାର ଲୋକ ଗୋପୀନାଙ୍କୁ ଷ୍ଟ୍ରେଚର ସାହାଯ୍ୟରେ ବୋହି ନେଇଥିଲେ। ଜଙ୍ଗଲ ପାହାଡ଼ ରାସ୍ତା ଅତିକ୍ରମ କରି ବହୁ କଷ୍ଟରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ସେଠାରେ ଗୋପୀନାଥ ଅଧିକ ଗୁରୁତର ହେବାରୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଏବେ ସେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

Advertisment
Ambulance