Advertisment

୨ ବର୍ଷ ହେଲାଣି ଭାଙ୍ଗିଛି ପୋଲ: ଆସିପାରିଲାନି ଆମ୍ୱୁଲାନ୍ସ, ରୋଗୀଙ୍କୁ ବୋହିଲେ ଦେଢ଼ କିଲୋମିଟର

ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ। ରୋଗୀଙ୍କୁ ବୋହି ସମ୍ପର୍କୀୟ ନେଲେ ଦେଢ କିଲୋମିଟର।

ଅଦ୍ୟତନ ହୋଇଛି
Bripada

Bripada

Advertisment

ପୋଲ ଭାଙ୍ଗିଯାଇଥିବାରୁ ଅଧବାଟରେ ଅଟକିଲା ଆମ୍ବୁଲାନ୍ସ। ରୋଗୀଙ୍କୁ ବୋହି ସମ୍ପର୍କୀୟ ଚାଲିଲେ ଦେଢ଼ କିଲୋମିଟର। ଉଦଳାର ଜଇଦା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment

ଉଦଳା-ବାଲେଶ୍ୱର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ବର୍ଷା ଯୋଗୁଁ ଭାଙ୍ଗିଯାଇଛି। ଦୁଇବର୍ଷ ହେଲା ପୋଲ ଏଭଳି ଅବସ୍ଥାରେ ଅଛି। ବାରମ୍ବାର ଦାବି ସତ୍ୱେ ଏଥିପ୍ରତି କେହି ଦୃଷ୍ଟିଦେଉନାହାନ୍ତି।

ଗତକାଲି ଜଇଦା ଗାଁରେ ଜଣେ ମହିଳା ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନା ନେବା ନିମନ୍ତେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ପୋଲ ଭାଙ୍ଗି ଯାଇଥିବାରୁ ଗାଁକୁ ଆସିପାରି ନଥିଲା ଆମ୍ବୁଲାନ୍ସ। ପୋଲ ଆରପାଖରେ ଆମ୍ବୁଲାନ୍ସ ଛିଡ଼ା ହୋଇଥିଲା। ତେଣୁ ଜଣେ ସଂପର୍କୀୟ ରୋଗୀଙ୍କୁ ଦେଢ଼ କିଲୋମିଟର ହାତରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ପରେ ରୋଗୀଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

Advertisment

ରିପୋର୍ଟ – ବାରିପଦରୁ ମାଣିକ ଲାଲ ପାଣୀ

Baripada 108 Ambulance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe