Advertisment

କାଦୁଅ ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀ ଜୀବନ

ଆଦିବାସୀ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲାର ଗୁନ୍ଦୁଲିଆ ପଞ୍ଚାୟତରେ ଏହି ଦୁଃଖଦ ଘଟଣା ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Ambulance stuck on muddy road

Ambulance stuck on muddy road

କାଦୁଅରେ ଫସିଲା ଆମ୍ବୁଲାନ୍ସ। କାଦୁଅରୁ ମୁକୁଳି ଡାକ୍ତରଖାନାରେ ପହଞ୍ଚିବାକୁ ବହୁ ବିଳମ୍ୱ ହୋଇଯିବାରୁ ଚାଲିଗଲା ଏଥିରେ ଯାଉଥିବା ରୋଗୀର ଜୀବନ। ଆଦିବାସୀ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲାର ଗୁନ୍ଦୁଲିଆ ପଞ୍ଚାୟତରେ ଏହି ଦୁଃଖଦ ଘଟଣା ଘଟିଛି। ଆମ୍ୱୁଲାନ୍ସ କିର୍ମାଖୋଲ ଗାଁ କାଦୁଅ ରାସ୍ତାରେ ଦୀର୍ଘ ସମୟ ଫଶି ଯାଇଥିଲା। ମୃତକ ହେଲେ କିର୍ମାଖୋଲ ଗାଁର ଆଦିବାସୀ ମହିଳା ବନବାସୀ କହଁର(୪୭)। ତେବେ ଏ ଅଭିଯୋଗ ନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିନାହିଁ।

Advertisment

ଅଭିଯୋଗ ମୁତାବକ ଗତକାଲି ଅର୍ଥାତ୍ ଶନିବାର କିରମାଖୋଲ ଗ୍ରାମର ବନବାସୀ କହଁରଙ୍କ ଦେହ ଅସୁସ୍ଥ ହୋଇଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲ ଆଣିବା ପାଇଁ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ସୂଚନାକୁ ଆଧାର କରି ତାଙ୍କୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ଯାଇଥିଲା। ମାତ୍ର ବର୍ଷା ଯୋଗୁଁ ଗୁନ୍ଦୁଲିଆ ପଞ୍ଚାୟତର ଗନସରଗୁଡି-କିରମାଖୋଲ ୬ କିମି ମାଟି ରାସ୍ତା ପଙ୍କୁଆ ହୋଇଯାଇଥିବାରୁ ଆମ୍ୱାଲାନ୍ସ ରୋଗୀ ପାଖରେ ପହଞ୍ଚିବାକୁ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏହି ପଙ୍କ ରାସ୍ତା ଦେଇ ପୁନଶ୍ଚ ଆସିବାକୁ ପଡ଼ିଥିଲା। ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଆମ୍ୱୁଲାନ୍ସ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବନବାସୀଙ୍କର ମୃତ୍ୟୁ ଘଟିଛି।

ମୃତକ ସ୍ୱାମୀ ସୁଦେ କହଁର ଓ ଭଣଜା ସହଦେବ କହଁର ବନବାସୀଙ୍କ ଜୀବନ ହାନୀ ପାଇଁ ଖରାପ ରାସ୍ତା ଓ ପ୍ରଶାସନିକ ଅବହେଳାକୁ ଦୋଷ ଦେଇଛନ୍ତି।

Advertisment
Banabasi ବନବାସୀ କହଁର

ସରକାର ସମସ୍ତ ଗ୍ରାମକୁ ସଂଯୋଗୀକରଣ ପାଇଁ ପକ୍କା ରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଥିବା ଡିମଡିମ ପିଟୁଛନ୍ତି। ହେଲେ ବୌଦ୍ଧର ବହୁ ଆଦିବାସୀ ଅଧ୍ୟୁଷତ ଗ୍ରାମ ନିମନ୍ତେ ଏହି ଯୋଜନା ଲାଗୁ ହେବା ଫେଲ ମାରିଛି। ତେଣୁ ଅକାଳରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି।

Patients Death Ambulance Boudh