Advertisment

ପ୍ରଦାନ ହେଲା ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍

ଦୁଇ ବର୍ଷ ହେଲା ଆର୍ଥିକ ଅନଗ୍ରସର ବର୍ଗର କୃତୀ ଛାତ୍ର ଅମ୍ଲାନ ନନ୍ଦଙ୍କୁ ଏହି ସ୍କଲାରଶିପ୍ ମିଳିଛି ।

Arindam Das Scholarship

Arindam Das Scholarship

Advertisment

ଓଟିଭି ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଜି ପ୍ରଦାନ କରାଯାଇଛି ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍ । ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଓଟିଭି ପକ୍ଷରୁ ଏହି ସ୍କଲାରଶିପ୍ ଦିଆଯାଇଛି।

Advertisment

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇନିଷ୍ଟିଚ୍ୟୁଟ୍ ଅଫ୍ ଇନ୍‌ଫରମେସନ୍ ଟେକ୍ନୋଲୋଜିର ବିଟେକ୍‌ କମ୍ପ୍ୟୁଟର ସାଇନସର ଛାତ୍ର ଅମ୍ଳାନ ନନ୍ଦଙ୍କୁ ଦ୍ୱିତୀୟ ଅରିନ୍ଦମ ଦାସ ସ୍ମାରକୀ ସ୍କଲାରଶିପ୍ ପ୍ରଦାନ କରାଯାଇଛି। ଅମ୍ଳାନଙ୍କ କଲେଜ ଫି’ ସମେତ ବାର୍ଷିକ ସମସ୍ତ ପାଠପଢ଼ା ଖର୍ଚ୍ଚ ପ୍ରଦାନ କରାଯାଇଛି।

ଅମ୍ଲାନଙ୍କୁ ଚେକ୍ ପ୍ରଦାନ କରିଥିଲେ ଓଟିଭି ନେଟୱର୍କର ଡିଜିଟାଲ ବିଜ୍‌ନେସ୍‌ ହେଡ୍ ଲିତିଶା ମଙ୍ଗତ ପଣ୍ଡା। ଏହି ଅବସରରେ ଓଟିଭିର ନ୍ୟୁଜ୍ ଏଡିଟର ରାଧାମାଧବ ମିଶ୍ର, ଓଟିଭି ଗ୍ରୁପ୍ ଏଚଆର ମୁଖ୍ୟ ଲେଫଟନାଣ୍ଟ କର୍ଣ୍ଣେଲ ସି. କେ ଜେନା, କର୍ପୋରେଟ ବ୍ୟାପାର ବିଭାଗ ମୁଖ୍ୟ ମାନସ ସାହୁ, ଓଟିଭିରେ କାର୍ଯ୍ୟରତ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ପତ୍ନୀ ସମୀକ୍ଷା ବେହେରାଙ୍କ ସହିତ ଓଟିଭିର କର୍ମଚାରୀମାନେ ଉପସ୍ଥିତ ଥିଲେ।

Advertisment

ଆସନ୍ତା ୨୪ ତାରିଖରେ ପଡ଼ୁଛି ଅରିନ୍ଦମ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ତାଙ୍କ ସ୍ମୃତିରେ ଓଟିଭି ପକ୍ଷରୁ ଏହି ସ୍କଲାର୍ସିପ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଦୁଇ ବର୍ଷ ହେଲା ଆର୍ଥିକ ଅନଗ୍ରସର ବର୍ଗର କୃତୀ ଛାତ୍ର ଅମ୍ଲାନ ନନ୍ଦଙ୍କୁ ଏହି ସହାୟତା ମିଳିଛି । ଆଗାମୀ ବର୍ଷରେ ଜଣେ ସାମ୍ବାଦିକତା ଛାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।

Arindam Das Scholarship
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe