Advertisment

ଓଡ଼ିଶାରେ କେଉଁ ଷ୍ଟେସନ୍‌ରେ ଅଟକିବ ଅମୃତ ଭାରତ ଟ୍ରେନ୍‌?

ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ। ଅଣ-ଶୀତତାପ ନିୟନ୍ତ୍ରିତ କୋଚ ସହିତ LHB କୋଚ୍‌ ରହିବ। ଏହା ପୁସ୍‌ପୁଲ ଟ୍ରେନ୍‌ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ।

Amrit Banda

Amrit Banda

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଧାମରୁ ୨ଟି ଅମୃତ ଭାରତ ଓ ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ସେଥିରୁ ଗୋଟିଏ ଅମୃତ ଭାରତ ଟ୍ରେନ ଓଡ଼ିଶା ଦେଇ ମାଲଦା ଟାଉନରୁ ବେଙ୍ଗାଲୁରୁ ଯାଏଁ ଚାଲିବ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଓଡ଼ିଶାରେ ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ, ବ୍ରହ୍ମପୁର ରେଳ ଷ୍ଟେସନରେ ଏହି ଟ୍ରେନ୍ ଅଟକିବ।

Advertisment

ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ। ଅଣ-ଶୀତତାପ ନିୟନ୍ତ୍ରିତ କୋଚ ସହିତ LHB କୋଚ୍‌ ରହିବ। ଏହା ପୁସ୍‌ପୁଲ ଟ୍ରେନ୍‌ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ। ଏହା ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ ସିଟ୍, ଉନ୍ନତ ଲଗେଜ୍‌ ୟାର୍କ, ମୋବାଇଲ୍‌ ଷ୍ଟାଣ୍ଡ ଓ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି ଓ ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇଦେବ।

Odisha Railway Project Indian Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe